
ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ରାଲି ପାଇଁ ବିଜୟଙ୍କ ପାର୍ଟିର ଯୋଜନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ପଚରାଉଚରା କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ । ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯାଉଛି । ସଂସ୍ଥାକୁ ରାଲି ପାଇଁ ମିଳିଥିବା ଅନୁମତି, ସ୍ୱେଚ୍ଛାସେବୀ ନିୟୋଜିତ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପୋଲିସ ସହିତ ସମନ୍ୱୟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ମଗାଯାଇଛି । କାହିଁକି ଦଳାଚକଟା ହେଲା କାହିଁକି ଭିଡ଼ ନିୟନ୍ତ୍ରଣ ହୋଇ ପାରିଲା ନାହିଁ ? କାହିଁକି ସୁରକ୍ଷା ବ୍ୟବସ୍ଥା ଉଲଂଘନ ହୋଇଥିଲା ? ସେ ନେଇ ପଚରାଉଚରା କରାଯାଉଛି।