
ପାକିସ୍ତାନ : ପାକିସ୍ତାନରେ ଆଇଇଡି ବ୍ଲାଷ୍ଟରେ ଜଣେ ଏସଏଚଓ ସମତେ ୬ ପୋଲିସକର୍ମୀ ମୃତ୍ୟୁ ହୋଇଥିବା ଜଣାପଡିଛି । ପାକିସ୍ତାନର ଖୈବର ପଖତୁନଖ୍ବା ଅଞ୍ଚଳରେ ହୋଇଛି । ପଖତୁନଖ୍ବାର ଟୋଙ୍କ ଜିଲ୍ଲାରେ ଆଇଇଡି ବିସ୍ଫୋରଣ ଯୋଗୁଁ ଗୋମଲ ପୋଲିସ ଷ୍ଟେସନର ଏସଏଚ୍ଓଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣ ଟୋକଙ୍କର କୋଟ ଅଞ୍ଚଳରେ ପାଖାପାଖି ୨୫ କିମି ଦୂରରେ ହୋଇଛି । ଆଇଇଡି ବିସ୍ଫୋରଣରେ ଗାଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣଶ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।
ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ଅଞ୍ଚଳରେ ସବୁବେଳେ ଏମିତି ବିସ୍ଫୋରଣ ହୋଇଥାଏ । ଗତ ବର୍ଷ, ଏକ ଷ୍ଟାଡିୟମରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ବିସ୍ଫୋରଣ ଯୋଗୁଁ ପଡ଼ିଆରେ ଆତଙ୍କ ସୃଷ୍ଟି ହୋଇଥିଲା ।
ପାକିସ୍ତାନ ସରକାର ଏବଂ ସୁରକ୍ଷା ବାହିନୀ ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନ ଭଳି ଅଞ୍ଚଳରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଅପରେସନ୍ ସର୍ବକଫ୍ ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବା, ସେମାନଙ୍କର ନେଟୱାର୍କ ଭାଙ୍ଗିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଲୁଚି ରହିଥିବା ଗୋଷ୍ଠୀଗୁଡ଼ିକୁ ନିପାତ କରିବା । ଏହି ଅପରେସନରେ ସେନା, ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବରେ କାମ କରୁଛନ୍ତି ।