
କୋଲକାତା : ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ସରକାର ବର୍ତ୍ତମାନ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି ।
ସୂଚନାନୁଯାୟୀ, ଉତ୍ତର ୨୪ ପରଗନା ଜିଲ୍ଲାର ଏକ ହସ୍ପିଟାଲର ଦୁଇ ଜଣ ନର୍ସଙ୍କୁ ନିପା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡିଛି । ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ସଂକ୍ରମିତ ହୋଇଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ କରାଇଛନ୍ତି । ଏଥିସହ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଥିଲେ । ଯାହା ପରେ ରାଜ୍ୟରେ ଦୁଇଟି ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ବର୍ତ୍ତମାନ ଦୁଇ ଜଣ ସଂକ୍ରମିତ ନର୍ସଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଏହାରି ମଧ୍ୟରେ ଉଭୟ ନର୍ସ ନିପା ଭାଇରସରେ ସଂକ୍ରିତ ହେବାର ସନ୍ଦେହ କରାଯାଉଛି । ଫଳରେ ନର୍ସଙ୍କ ନମୁନା ଟେଷ୍ଟ ପାଇଁ କଲ୍ୟାଣୀ ଏମ୍ସକୁ ପଠାଯାଇଛି ଏବଂ ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଜଣେ ନର୍ସ ନାଦିଆ ଜିଲ୍ଲାର ହୋଇଥିଲାବେଳେ ଅନ୍ୟ ଜଣେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କଟୱାର । ଉଭୟ ବର୍ତ୍ତମାନ ବାରସାଟ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଯେଉଁଠାରେ ସେମାନେ କାମ କରନ୍ତି । ସେମାନଙ୍କୁ ଏକ ଅଲଗା ୱାର୍ଡରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି ।
ଅନ୍ୟପଟେ ଜେପି ନଡ୍ଡା ନିପା ସଂକ୍ରମଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ କରି କଥା ହୋଇଥିଲେ । ନିପା ସଂକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଜ୍ୟ ସରକାର ବ୍ୟକ୍ତି ସହାୟତା ପାଇଁ ୨ଟି ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ଏହା ବ୍ୟତୀତ ଘରୋଇ ଏବଂ ସରକାରୀ ହସ୍ପିଟାଲ ପାଇଁ ପୃଥକ ମାନକ କାର୍ଯ୍ୟ ପ୍ରଣାଳୀ (SOP) ବିକଶିତ କରାଯାଉଛି ।