
ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ନୂଆ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କଲେ ସରକାର। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା ନୂଆ ପୋଲିସ ଜିଲ୍ଲା । ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ। ନୂଆ ପୋଲିସ ଜିଲ୍ଲାରେ ରହିବ ୧୪ଟି ଥାନା। ଏଥିରେ ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍ ହାଉସ୍ ମଧ୍ୟ ରହିବ।