ହବିବି ନଗରରେ ବିସ୍ଫୋରଣ, ଗୋଟିଏ ପରିବାରର ୩ ମୃତ, ୨ ଆହତ

newyr25

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ହବିବି ନଗରରେ ବିସ୍ଫୋରଣ ଯୋଗୁଁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ବାମୀ ସ୍ତ୍ରୀ ଏବଂ ଜଣେ ପିଲା ରହିଛି । ବିସ୍ଫୋରଣରେ ୨ ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ କାରଣ ଏଯାଏଁ ଜଣାପଡିନି ।

ସୂଚନା ମୁତାବକ, ବଡ଼ ବଜାର ଥାନା ଅଞ୍ଚଳରେ ଖିରଗାଁ ହବିବି ନଗର ଖାନକାହ ନିକଟରେ ବିସ୍ଫୋରଣ ହୋଇଛି । ଜଣେ ବ୍ୟକ୍ତି ଖାଲି ସ୍ଥାନରେ ଅଳିଆ ସଫା କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ମାଟି ତଳୁ ବିସ୍ଫୋରଣ ହେବା ଯୋଗୁଁ ଘଟଣା ସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଲୋକ କହିବା ମୁତାବକ, ଖାଲି ସ୍ଥାନରେ ଅଳିଆ ସଫା କରିବା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଇଥିଲେ । ୩ ଜଣଙ୍କ ଜୀବନ ଚାଲିଯିବା ପରେ ଚିତ୍କାର ଶୁଣାଯାଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

Leave A Reply

Your email address will not be published.