ଗୁଡ଼ି ସୂତାରେ କଟିଲା ଯୁବକଙ୍କ ନାକ

newyr25

କଟକ: ରୌପ୍ୟ ନଗରୀରେ ଘଟିଲା ବଡ଼ ଅଘଟଣ । ଗୁଡ଼ି ସୂତା କଟିଗଲା ଯୁବକଙ୍କ ନାକ ।
ପୁଣି ସାମ୍ନାକୁ ଆସିଲା ଗୁଡ଼ି ସୂତା ଜନିତ ଅଘଟଣ । ରୌପ୍ୟ ନଗରୀ କଟକରେ ଗୁଡ଼ି ସୂତା ଲାଗି ବଡ଼ ଅଘଟଣ ଘଟି ଯାଇଛି । କଟକ ଖାନନଗର ଟ୍ରାଫିକରେ ଏହି ଅଘଟଣ ଘଟି ଯାଇଛି । ଖାନନଗର ଟ୍ରାଫିକରେ ଜଣେ ଯୁବକ ଯାଉଥିବା ସମୟରେ ତାଙ୍କ ନାକରେ ଗୁଡ଼ି ସୂତା ଲାଗିଯାଇଥିଲା । ଫଳରେ ଯୁବକଜଣଙ୍କ ନାକ କଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.