ୱେଭ୍ ରାଇଡର୍ସଙ୍କ ସମୁଦ୍ର ପହଁରା ଅଭିଯାନ, କମାଲ ଦେଖାଇଲେ ଓଡ଼ିଆ ପହଁରାଳି

newyr25

ମୁମ୍ବାଇ: ରବିବାର ଦିନ ୱେଭ୍ ରାଇଡର୍ସ ସଂଗଠନ ଦ୍ୱାରା ଆଲିବାଗ ନିକଟସ୍ଥ କାସା ଖଡକ୍ ଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ଏକ ଚ୍ୟାଲେଞ୍ଜିଂ ୧୬ କିଲୋମିଟର ସମୁଦ୍ର ପହଁର ଅଭିଯାନ କରାଯାଇଥିଲା । ସମୁଦ୍ର ପହଁର ଅଭିଯାନ ଦୁଃସାହସିକ କ୍ରୀଡ଼ା ବର୍ଗରେ ପଡ଼େ ଏବଂ ଏହି ପଦକ୍ଷେପ ମାଧ୍ୟମରେ ‘ସମୁଦ୍ର ପ୍ରଦୂଷଣ ମୁକ୍ତ ରଖିବା ପାଇଁ ସଚେତନତା ବୃଦ୍ଧି’ର ସାମାଜିକ ଏବଂ ପରିବେଶ ଅନୁକୂଳ ବାର୍ତ୍ତା ଦିଆଯାଇଥିଲା । ଆରବ ସାଗରରେ ଏହି ଅଭିଯାନରେ, ଅଧିରାଜ ସିଂହ, ନାୟକଜ କୋଠାଲକର, ଶ୍ଲୋକ ଫୁଲାରେ, ଆୟାଂଶ ମହାତ୍ରେ, ସାର୍ଥକ ରେଙ୍କୱାର, ରାଜେଶ ଦେହୁରୀ, ଶଙ୍କର ବେହେରା, ସାମ ହେମ୍ବ୍ରୀ, ଦିବେୟଶ କୋଲି ଏବଂ ସଂଗ୍ରାମ ଜାଧବ ଦୁଇଟି ରିଲେ ଦଳରୁ ଅଂଶଗ୍ରହଣ କରିଥିଲେ ।

ଦୁଇ ଜଣ ସନ୍ତରଣକାରୀ ନିହାର ପାଟିଲ ଏବଂ ନିହାଲ କୋଲି ବ୍ୟକ୍ତିଗତ ଗୋଷ୍ଠୀରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀ ପହଁରୁଥିବା ସନ୍ତରଣକାରୀଙ୍କୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସମୁଦ୍ର ପହଁରୁଥିବା ପ୍ରଭାତ କୋଲି ଏବଂ ଓଡିଶାରୁ ବିଜୟ କୁମାର ବେହେରା, ଲାଇଫ୍ ଗାର୍ଡ଼ ଶମ୍ବୁନାଥ ବେହେରାଙ୍କ ମାର୍ଗ ଦର୍ଶନରେ ବୈଜ୍ଞାନିକ ଏବଂ ଉଚ୍ଚମାନର ତାଲିମ ଦିଆଯାଇଥିଲା । ରାଜେଶ ଦେହୁରୀ, ସାମ ହେମ୍ବ୍ରମ, ଶଙ୍କର ବେହେରା, ବିଜୟ କୁମାର ବେହେରା ପ୍ରମୁଖ ହେଉଛନ୍ତି ଓଡ଼ିଶାର ସନ୍ତରଣକାରୀ । ଏହି କାର୍ଯ୍ୟକ୍ରମକୁ ଅଣୁଶକ୍ତି ନଗର କ୍ରୀଡା ପରିଚାଳନା କମିଟିର ପକ୍ଷରୁ ସମର୍ଥନ କରାଯାଇଥିଲା । ସମୁଦ୍ର ଅଭିଯାନର ଆନୁଷ୍ଠାନିକ ତଦାରଖ ରାୟଗଡ଼ର ଜଳଜୀବ ସଂଘ ଦ୍ୱାରା ହୋଇଥିଲା ।

Leave A Reply

Your email address will not be published.