ମୋରମ ଖାଦାନରୁ ବେଆଇନ ଖନନ ବେଳେ ପଥର ପଡି ୨ ଶ୍ରମିକ ମୃତ

newyr25

ମାଲକାନଗିରି: ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ ଘଟି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ପଥର ଅତଡ଼ା ଖସି ପଡିବାରୁ ଏହି ଅଘଟଣ ଘଟିଥିଲା ।

ମୃତକ ହେଲେ ମାଲକାନଗିରି ସତ୍ୟମଗୁଡା ଗ୍ରାମର ଟୁନା ଗାଦବା (୨୧ ବର୍ଷ) ଅନ୍ୟ ଜଣେ ହେଲେ ଶ୍ରମିକ ଚମ୍ପାଖାରି ଗ୍ରାମର ମିଟୁ ମାଢି (୩୧ ବର୍ଷ) । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ଚମ୍ପଟ ମାରିଥିଲେ ।

ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଓ ସତ୍ୟମଗୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଁଚି ଉକ୍ତ ଶ୍ରମିକଙ୍କୁ ପଥର କାଢି ଉଦ୍ଧାର କରିବା ସହ ଦୁର୍ଘଟଣା ବାବଦରେ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.