ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର

add-all

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କରିବା ଆମର ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଏବଂ ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳନ ହେବାକୁ ଥିବା ନୂତନ ପାଠ୍ୟପୁସ୍ତକ ଉପରେ ଆଲୋଚନା କରିଛୁ। 

ଶ୍ରୀ ପ୍ରଧାନ କହିଛନ୍ତି, ନିପୁଣ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା, ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା, ଶିଶୁମାନଙ୍କର ପୋଷଣ ବିଷୟ ପ୍ରତି ଧ୍ୟାନ ଦେବା, ୧୦ ଦିନିଆ ବ୍ୟାଗ୍-ଲେସ୍ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିବା ଦିଗରେ ଚର୍ଚ୍ଚା ହୋଇଛି। ଏହି ସମସ୍ତ ପଦକ୍ଷେପ ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଓଡ଼ିଶା’ ଗଠନ କରିବା ଦିଗରେ ସହାୟକ ହେବ। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ଠାରେ ଓଡ଼ିଶାର ସ୍କୁଲ ଏବଂ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ନୂତନ ପାଠ୍ୟପୁସ୍ତକ ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ମାଷ୍ଟର ଟ୍ରେନରଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ର ଓ ରାଜ୍ୟର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରତିନିଧି ଏବଂ ପ୍ରମୁଖ ଶିକ୍ଷାବିତମାନଙ୍କ ସହ ଜାତୀୟ ଶିକ୍ଷା ନୀତି- ୨୦୨୦ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। 

ad-week
Leave A Reply

Your email address will not be published.