ED ର ଚଢ଼ାଉ ଜୋର ଦାର ଫଳା ଫଳକୁ ଅପେକ୍ଷା :ମାଫିଆ ମାନଙ୍କ ଅମାପ ସମ୍ପତ୍ତି ର ପେଡ଼ି କେବେ ଖୋଲିବ ଇଡ଼ି…??

newyr25

ଇଡି ର ଚଢ଼ାଉ ବିସ୍ତୃତ ବିବରଣୀ କେବେ…? ନା ହୋଇଯିବ ଫି୍କ୍ସ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସିକା, ଶେର ଗଡ଼, ହିଞ୍ଜିଳି, ଛତ୍ରପୁର, ଆଦି ଅଞ୍ଚଳର ବାଲି, ମଦ, ଜମି ମାଫିଆ ମାନଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଶୁକ୍ରବାର ଦିନ ଇଡ଼ି ପକ୍ଷରୁ ମାରାଥନ ଚଢ଼ାଉ ଜାରି ରହିଥିଲା। ଦୀର୍ଘ ବର୍ଷ ହେଲା ବାହୁବଳୀ ମାନେ ବିଭିନ୍ନ ରାଜନୈତିକ ଦଳରେ ଆଶ୍ରୟ ନେଇ ଅମାପ ସମ୍ପତ୍ତି ର ପାହାଡ଼ ଉପରେ ବସି ରାଜ କରୁଥିଲେ। ଶେଷରେ ଇଡ଼ି ପକ୍ଷର ବାହୁବଳୀ ମାଫିଆ ମାନଙ୍କ ଉପରେ ଚଢ଼ାଉ ଜୋର ଦାର କରାଗଲା। ସନ୍ଧ୍ୟା ସମୟରେ କେବଳ ଗୁଜବ ହେଲା ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଛି। କେଉଁ ମାଫିଆ ମାନଙ୍କ ପାଖରୁ କଣ ଜବତ ହେଲା ଆଜି ସୁଦ୍ଧା ଇଡ଼ି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଦୀର୍ଘ ବର୍ଷ ହେଲା ରାଜ କରିଆସୁଥିବା ମାଫିଆ ମାନଙ୍କ ବେଆଇନ ଭାବେ ଅର୍ଜିତ ସମ୍ପତ୍ତି ର ବିବରଣୀ ଶୁଣିବାକୁ ସାଧରଣ ଲୋକେ ଚାତକ ପରି ଚାହିଁ ବସିଛନ୍ତି। ଯେଉଁ ଯେଉଁ ସ୍ଥାନରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଛି। ସେହି ଅଞ୍ଚଳ ରୁ କେବଳ ଗୁଜବ ମାନ ଶୁଣିବାକୁ ମିଳୁଛି। ଇଡିର ଖୋଳତାଡ଼ ର ଗୁମର କେବେ ବାହାରୁଛି ଦେଖିବାକୁ ବାକି ରହିଲା। ସାଧାରଣ ରେ ଏହାବି ଚର୍ଚ୍ଚା ହେଉଛି ଇଡି ର ଏହି ଚଢ଼ାଉ ଲୋକ ଦେଖାଣିଆ ହୋଇଯିବନି ତ..? ଫି୍କ୍ସଙ୍ଗ ହେଲା ପରେ ତଦନ୍ତ ନାଲିଫିତା ତଳେ ଦବି ଯିବନି ତ..? କାରଣ ଶୁଣିବାକୁ ମିଳୁଛି ପ୍ରୟାସ ଜାରି ରହିଛି ଘଟଣା କୁ ଚାପିବା ପାଇଁ, ଆଲମାରୀ ଭରି ଟଙ୍କା ମିଳିଥିବା ଗୁଜବ ହୋଇଯିବନିତ? ଜଦି ଏମିତି କିଛି ହୁଏ ତେବେ ଏହି ମାଫିଆ ମାନେ କାହାକୁ ଆଉ ମାନିବେ ନାହିଁ ଏବଂ ପ୍ରଶାସନ ପୋଷା କୁକୁର ବୋଲ ମାନିବାକୁ ଏକ ପ୍ରକାର ବାଧ୍ୟ ହେବେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଲାଣି l ଡେରିରେ ହେଉ ପଛେ ଗଞ୍ଜାମ ଜିଲ୍ଲା ରେ ଏହି ଇଡି ର ଚଢ଼ାଉ କୁ ଲୋକେ ପ୍ରଶଂସା କରିଛନ୍ତି ବର୍ତ୍ତମାନ ମାଫିଆ ମାନଙ୍କ କଳା ଧନ କୁ ଇଡି କେବେ ସାର୍ବଜନୀନ କରୁଛି l

Leave A Reply

Your email address will not be published.