
ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆର ସୁରଜିତ ମହାନ୍ତିଙ୍କ ଘରେ ଚଢାଉ ହୋଇଛି। ଆଜି ସକାଳୁ ଚଢାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୩୦ ଲକ୍ଷ ନଗଦ ଟଙ୍କା, ୩୭୦ ଗ୍ରାମ ସୁନା ଓ ୨୮୦ ଗ୍ରାମ ରୂପା ଜବତ କରିଛି ଭିଜିଲାନ୍ସ । ଏହାସହିତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଛି।
ସେହିପରି ବିଶୋଇ ଠାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବାସ ଭବନରେ ଚଢ଼ାଉ ବେଳେ ଘରୁ ଜବଦ୍ ହୋଇଛି ନଗଦ ୩ ଲକ୍ଷ ୯ ହଜାର ଟଙ୍କା, ୩୫ ଗ୍ରାମ ସୁନା,୯୫ ଗ୍ରାମ ରୂପା। ଏଥିସହିତ ଏକ ଏସୟୁଭି ଓ ବାଇକ୍ ଜବତ ହୋଇଛି। କରଞ୍ଜିଆର ମଣ୍ଟୁଆ ଠାରେ ଏସ୍ କେ ଗୁଡୁ ଙ୍କ ଘରେ ଚଡାଉ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସହିତ ୩୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ସେଠାରେ ମଧ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ର ଆକଳନ ଜାରି ରହିଛି। ସେହିପରି ରାଇରଙ୍ଗପୁର ର ହାଟବାଦଡା, ତେଣ୍ଟପୋଷି, ସାତପୌଟିଆ ଗାଆଁ ରେ ପାଞ୍ଚଟି ଘରେ ଚାଲିଛି ଚଢ଼ାଉ।