ମୁହାଁମୁହିଁ ଧକ୍କା ହୋଇ ଜଳିଗଲା କାର୍ ଓ ଅଟୋ, ଜଣେ ଜୀବନ୍ତ ଦଗ୍ଧ

newyr25

କନ୍ଧମାଳ : ମୁହାଁମୁହିଁ ଧକ୍କା ପରେ ଜଳିଗଲା କାର୍ ଓ ଅଟୋ  ।  ଜଣେ ଜୀବନ୍ତ ଦଗ୍ଧ ।  ଫୁଲବାଣୀ ସଦର ଥାନା ଆଇଟିଆଇ ନିକଟରେ ଦୁର୍ଘଟଣା ।  ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାରେ ହୁହୁ ହୋଇ ଜଳିଲା କାର ଓ ଅଟୋ ।  ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି ।  ଦୁଇ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ମୃତକ ହେଉଛନ୍ତି ଅଟୋ ଡ୍ରାଇଭର ।  ତାଙ୍କ ନାଁ ବରୁଣ କୁମାର ମଲ୍ଲିକ ।  ତାଙ୍କ ଘର ମାଣିଆକାଠି ଗାଁରେ ବୋଲି ଜଣାପଡ଼ିଛି  ।   ସେ ଫୁଲବାଣୀରୁ ଘରକୁ ଫେରିବା ବେଳେ ଏକ କାର୍ ସହ ତାଙ୍କ ଅଟୋ ମୁହାଁମୁହିଁ ଧକ୍କା ଲାଗିଥିଲା ।  ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇ ଯାଇଛି ।  ଅଟୋକୁ ଧକ୍କା ଦେଇଥିବା କାର୍ ବୌଦ୍ଧ ପଟୁ ଦ୍ରୁତ ଗତିରେ ଆସୁଥିଲା ।  ଦୁର୍ଘଟଣା ସଂପର୍କରେ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.