ଇରାନ ସରକାରଙ୍କ ମୃତ୍ୟୁଦଣ୍ଡ ଚେତାବନୀ ପରେ ଥମିଛି ବିକ୍ଷୋଭ

add-all

ତେହେରାନ: ଦୀର୍ଘ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ବିକ୍ଷୋଭ ଆପାତତଃ ଧିମେଇ ଯାଇଥିବା ଲକ୍ଷ୍ୟ କରାଯାଇଛି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଇରାନର ମୌଳବାଦୀ ସରକାର ଧମକ ଦେବାପରେ ଏହାର ପ୍ରଭାବ ବିକ୍ଷୋଭକାରୀଙ୍କ ଉପରେ ପଡିଛି। ଫଳରେ ଶୁକ୍ରବାରଠାରୁ ଦେଶରେ ସେଭଳି ପ୍ରଭାବପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିନାହିଁ। ରାଜଧାନୀ ତେହେରାନରେ ଜୀବନଯାତ୍ରା ପୁଣି ସ୍ବାଭାବିକ ହେବାରେ ଲାଗିଛି। ଦୋକାନ ବଜାର ଖୋଲା ରହିଥିବାବେଳେ ଲୋକେ ଅନାୟାସରେ ଯାତାୟାତ କରୁଛନ୍ତି। ତେବେ ଏହାକୁ ଝଡ ପୂର୍ବର ନିରବତା ବୋଲି କୂଟନୈତିକ ମହଲ ଆଶଙ୍କା କରୁଛନ୍ତି। ଅପରପକ୍ଷରେ ଇରାନ ସରକାର ବିକ୍ଷୋଭକାରୀଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଇରାନ ସରକାର ଯଦି ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରନ୍ତି, ତେବେ ଆମେରିକା ଅବିଳମ୍ବେ ଇରାନ ଉପରେ ଆକ୍ରମଣ କରିବ ବୋଲି ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି। ସୂଚନାଯୋଗ୍ୟ ଇରାନରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ଏବଂ ଡଲାର ତୁଳନାରେ ଇରାନୀୟ ମୁଦ୍ରା ରିଆଲ୍‌ର ମୂଲ୍ୟହ୍ରାସକୁ ନେଇ ଦେଶବାସୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଫଳରେ ଚଳିତମାସ ପ୍ରାରମ୍ଭରୁ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେହେରାନରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ପ୍ରମୁଖ ସହରକୁ ବ୍ୟାପିଥିଲା। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ସରକାରଙ୍କ ପକ୍ଷରୁ ସେନାକୁ ନିୟୋଜିତ କରାଯାଇଥିଲା। ସେନା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୪ ହଜାର ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି। ପ୍ରାୟ ୮୦୦ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇସାରିଛି। ଏହି ପରିପ୍ରେକ୍ଷୀରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ସେ ବିକ୍ଷୋଭକାରୀଙ୍କୁ ଈଶ୍ବରଙ୍କ ଶତ୍ରୁ ଏବଂ ଆମେରିକାର ଦଲାଲ ବୋଲି ଆକ୍ଷେପ ମଧ୍ୟ କରିଛନ୍ତି।

ad-week
Leave A Reply

Your email address will not be published.