
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲା ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସର ଏନକାଉଣ୍ଟର ରେ 4 ମହିଳା ମାଓବାଦୀ ସମେତ 6 ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ହେଲେ ଅଳ୍ପକେ ବର୍ତିଯାଇଛି ଟପ ମାଓ ନେତା DKSZC ସଦସ୍ୟ ପାପା ରାଓ । ମୃତ ମାଓବାଦୀ ହେଲା ନେସନାଲ ପାର୍କ ଏରିଆ କମ୍ମିଟି କମାଣ୍ଡର ମାଓ ନେତା ଦିଲିପ ଭେଡ଼ଜା । ତା ମୁଣ୍ଡରେ ଥିଲା ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି 5 ଲକ୍ଷ ଟଙ୍କା ପୁରସ୍କାର ଥିଲା ACM କ୍ୟାଡ଼ର ମାଓବାଦୀ ମାଡ଼ବୀ କୋଷା ଉପରେ । ଏବେବି ସୁରକ୍ଷାକର୍ମୀ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି । ସୀମାନ୍ତ ଅଞ୍ଚଳକୁ ସିଲ କରାଯାଇଛି । STF, DRG, CRPF ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।