
ଭୁବନେଶ୍ବର: ମାର୍ଚ୍ଚରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ । ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ । ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି । ମାସଟେ ନପୂରୁଣୁ ଭୁବନେଶ୍ବର ବିମାନ ବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଯୋଜନା ରଖିଛି । ମାର୍ଚ୍ଚ ୨୮ ପରେ ଦୁବାଇ ଓ ସିଙ୍ଗାପୁର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଭୁବନେଶ୍ବରରୁ ସିଧା ବିମାନ ସେବା ବନ୍ଦ ହୋଇଯିବ । ମାର୍ଚ୍ଚ ୨୮ ପରେ ଏହି ୨ଟି ରୁଟ୍ ରେ ସିଧା ବିମାନ ସେବା ପାଇଁ ଇଣ୍ଡିଗୋ ଅନଲାଇନ ବୁକିଂ ବନ୍ଦ ରଖିଛି । ଏନେଇ ଉଦବେଦ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଓଡିଆ ସମାଜ UAE ସଂଗଠନ । ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି ସ୍ପଷ୍ଟ କରାଯାଉନାହିଁ । ଯାହାକୁ ନେଇ ଚିନ୍ତାପ୍ରକଟ କରି ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଓଡ଼ିଶା ସମାଜ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇବା ସହ ତୁରନ୍ତ ହସ୍ତକ୍ଷେପ ଲୋଡିଛି ।
ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ବନ୍ଦ ହେଲେ UAEରେ ରହୁଥିବା ୪୦ ହଜାରରୁ ଅଧିକ ଓଡିଆ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ଅନ୍ୟ ଗଲ୍ଫ ଦେଶକୁ ଯିବା ଆସିବା ପାଇଁ ଦୁବାଇ- ଭୁବନେଶ୍ୱର ବିମାନ ସେବା ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀ ଓଡିଆମାନେ କେବଳ ଓଡିଶା ଆସିବା ପାଇଁ ଏହି ବିମାନ ଉପରେ ନିର୍ଭର କରନ୍ତି ନାହିଁ । ବରଂ ଏହି ବିମାନ ଓଡିଶାର ପର୍ଯ୍ୟଟନ ଏବଂ ଗଲ୍ପ ଦେଶ ସହ ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ମଜବୁତ କରିଛି । ପୂର୍ବରୁ ୨୦୨୫ ସେପ୍ଟେମ୍ବର ମାସରେ ଦୁବାଇ- ଭୁବନେଶ୍ୱର ବିମାନ ସେବା ବନ୍ଦ କରିବାକୁ ଯୋଜନା ହୋଇଥିଲା । ତେବେ ଓଡିଶା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ବିମାନ ସେବା ଜାରି ରହିଥିଲା । ତେଣୁ ଏହି ବିମାନ ସେବା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଓଡିଆ ସମାଜ UAE ।