ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ‘ଅନଲ’ ନିହତ

add-all

ରାଉରକେଲା: ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ଏହି ଅପରେସନରେ ଏକ କୋଟି ଟଙ୍କାର ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ ମାଓବାଦୀ ନେତା ‘ଅନଲ’ ନିହତ ହୋଇଛି। ଅନଲ ସିପିଆଇ (ମାଓବାଦୀ) ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲା ଏବଂ ଦୀର୍ଘ ସମୟ ଧରି ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଛୋଟାନଗରା ଥାନା ଅନ୍ତର୍ଗତ ଜଙ୍ଗଲୀ ଅଞ୍ଚଳରେ କୋବ୍ରା-୨୦୯ ବାଟାଲିୟନ ସହ ଅନଲ ଦସ୍ତାର ସିଧାସଳଖ ମୁହାଁମୁହିଁ ହୋଇଥିଲା। ଏହି ଭୟଙ୍କର ସଂଘର୍ଷରେ ଅନଲ ସମେତ ସମୁଦାୟ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ସରଣ୍ଡା ଜଙ୍ଗଲର ସୀମାକୁ ସିଲ୍ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳକୁ ଅଧିକ ସୁରକ୍ଷା ବଳ ପଠାଯାଇଛି। ମାଓବାଦୀ ସଂଗଠନ ପାଇଁ ଏହା ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.