ଆତ୍ମସମର୍ପଣ କଲେ ୯ ହାର୍ଡକୋର ମାଓବାଦୀ

newyr25

ମାଲକାନଗିରି : ଶେଷ ନିଶ୍ୱାସ ନେଉଛି ମାଓ ସଙ୍ଗଠନ ।  ମାଓ ସଙ୍ଗଠନର ଅନ୍ତିମ ସଦସ୍ୟ ଏବେ ପୋଲିସ ନିକଟରେ ଅସ୍ତ୍ର ବିରତି ଅଭିଯାନରେ ସାମିଲ ହେଲେଣି ।  ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଧମତେରୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା ।  ୯ ହାର୍ଡକୋର ମାଓବାଦୀ  ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି  ।  ଏମାନଙ୍କ ମୁଣ୍ଡ ଉପରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର ।  ରାୟପୁର IG ଏବଂ  ଧମତେରୀ  SP ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସରେଣ୍ଡର ମାଓବାଦୀଙ୍କ ମଧ୍ୟରେ  7  ମହିଳା ମାଓବାଦୀ ଏବଂ ଦୁଇ ପୁରୁଷ ମାଓବାଦୀ ରହିଛନ୍ତି ।  ଆତ୍ମସମର୍ପଣ ମାଓବାଦୀ ସବୁ  ଓଡିଶା ରାଜ୍ୟ କମ୍ମିଟି ସମେତ  ସୀତା ନଦୀ ଏରିଆ କମ୍ମିଟି, ମେନପୁର ଏରିଆ କମ୍ମିଟି  ସଦସ୍ୟ ଥୁଲେ ।  ୯ ଟି ଅଟମେଟିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ୯ ହାର୍ଡକୋର ମାଓବାଦୀ ।  ଏହି ସବୁ ବନ୍ଧୁକ ପୋଲିସଙ୍କ ଠାରୁ ଲୁଟି ନେଇଥିଲେ ମାଓବାଦୀ  ।  ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ମୁଖ୍ୟ ଧାରାକୁ ଫେରିଛନ୍ତି ମାଓବାଦୀ ।

Leave A Reply

Your email address will not be published.