ମହାନଦୀ ସମସ୍ୟା ପାଇଁ ବିଜେଡିକୁ ଦାୟୀ କଲେ ମନ୍ତ୍ରୀ ସୁରେଶ ପୂଜାରୀ

newyr25

ଭୁବନେଶ୍ବର: ଲୋକସଭା ଭବନରେ ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ମହାନଦୀ ସମସ୍ୟା ନେଇ ସର୍ବଦଳୀୟ ବୈଠକ ବାତିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜୁରୁରୀ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ । ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ମହାନଦୀ ଟ୍ରିବ୍ୟୁନାଲରେ ବିଳମ୍ବ ବିଜେଡି ସରକାରରେ ହୋଇଥିଲା । ୨୪ବର୍ଷର ଶାସନ ବେଳେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ସେ ସମୟରେ ବିରୋଧ କରାଯାଇନଥିଲା । କେନ୍ଦ୍ର ସରକାର ଟ୍ରିବ୍ୟୁନାଲ କାଳ ଦେଢ଼ ବର୍ଷରୁ ୫ ବର୍ଷ ଯାଏଁ ବଢ଼ାଇଲେ, ଓଡ଼ିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବ୍ୟୁନାଲ ସାମ୍ନାରେ ଉପସ୍ଥାପନ କରିଥିଲା ।

ଓଡ଼ିଶା ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ବିଜେଡି ଦେଇଛି, ଓଡ଼ିଶା ହାରିବା ଓ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରିସାରିଛି । ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୬୦ଟି ଶୁଣାଣିରେ ଯାହା ଲଢ଼େଇ ହେବା କଥା ତାହା ହେଲା ନାହିଁ, ଆମେ ଖୁଵ୍‌ ଶୀଘ୍ର ଟ୍ରିବ୍ୟୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ।

Leave A Reply

Your email address will not be published.