
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ ପୁଲିସ ଓ ସେନା ଏନକାଉଣ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ନିହତ ।
ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ରାଇଜିଂ ଷ୍ଟାର କର୍ପସ ଏକ ବିବୃତ୍ତିରେ କହିଛି ଯେ ଆଜି କଠୁଆ ଜିଲ୍ଲାର ପାରହେତାର ଅଞ୍ଚଳରେ ସେନା ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ ଦ୍ୱାରା ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ଗୁଇନ୍ଦା ସୂଚନାକୁ ଆଧାର କରି କଠୁଆର ପାରହେତା ଅଞ୍ଚଳରେ ସେନା ଏବଂ ପୁଲିସ ଦ୍ୱାରା ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା ଏବଂ ଯୋଗାଯୋଗ ସ୍ଥାପନ କରାଯାଇଥିଲା । ମିଳିତ ବାହିନୀ ଦ୍ୱାରା ଏକ ସଠିକ୍ ଆକ୍ରମଣରେ ଜଣେ ଆତଙ୍କବାଦୀକୁ ନିପାତ କରାଯାଇଛି । ଏବେବି ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ରାଇଜିଂ ଷ୍ଟାର କର୍ପସ ଏହାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ “ଏକ୍ସ” ରେ କହିଛି ।
ଜମ୍ମୁର ପୁଲିସ ମହାନିରୀକ୍ଷକ (ଆଇଜିପି) ମଧ୍ୟ ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ ।