ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଚେତାବନୀ, ପ୍ରଦୂଷଣ କମ୍ ନ ହେଲେ ମିଳିବନି ଦରମା

newyr25

ମୁମ୍ବାଇ : ମୁମ୍ବାଇରେ ବାୟୁ ପ୍ରଦୂଷଣ ବୃଦ୍ଧିକୁ ନେଇ ବମ୍ବେ ହାଇକୋର୍ଟ ମୁମ୍ବାଇ ଏବଂ ନଭି ମୁମ୍ବାଇ ନଗର ନିଗମ ଅଧିକାରୀଙ୍କୁ କଠୋର ଚେତାବନୀ ଦେଇଛନ୍ତି । ଯଦି ଅଧିକାରୀମାନେ ପ୍ରଦୂଷଣ କମ୍ କରିବା ଲାଗି ଉଦ୍ଦିଷ୍ଟ ଆଦେଶ ପାଳନ ନ କରିବେ ତେବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି । ସେହି ଅଧିକାରୀମାନେ ମଧ୍ୟ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ୱାସରେ ନେଉଛନ୍ତି । ସେମାନେ ଏଲିଅନ୍‌ଙ୍କ ଦୁନିଆରେ ରହୁନାହାନ୍ତି ବୋଲି ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ସୁମନ ଶ୍ୟାମ୍‌ଙ୍କ  ଖଣ୍ଡପୀଠ କହିବା ସହ ବ୍ରିହନ ମୁମ୍ବାଇ ନଗର ନିଗମ(ବିଏମ୍‌ସି) କମିଶନରଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅଦାଲତଙ୍କ କଡ଼ା ଆଭିମୁଖ୍ୟ ପରେ ବିଏମ୍ସି ଓକିଲ ନିଜ ଦଲିଲ ରଖିଥିଲେ । ସେ କୋର୍ଟଙ୍କୁ କହିଥିଲେ, ଅନେକ ନିର୍ମାଣସ୍ଥଳୀରେ କାମ ରୋକାଯିବା ପାଇଁ ନୋଟିସ୍ ଜାରି କରାଯାଇଛି । ପ୍ରାୟ ୬୦୦ ସାଇଟରୁ ୪୦୦ଟିରେ ଏୟାର କ୍ୱାଲିଟି ମନିଟରିଂ ଡିଭାଇସ୍ ଲଗାଯାଇଛି । ତେବେ ଅଦାଲତ ଏହି ଜବାବରେ ସନ୍ତୁଷ୍ଟ ହୋଇ ନ ଥିଲେ । କହିଥିଲେ, ଏହି ସମସ୍ତ ପଦକ୍ଷେପ କେବଳ କୋର୍ଟଙ୍କ ଆଦେଶ ପରେ ନିଆଯାଇଛି । କିନ୍ତୁ ବର୍ଷ ବର୍ଷ ଧରି ନିଜ ମନକୁ କେହି ଏ ଦିଗରେ ପ୍ରୟାସ କରିନାହାନ୍ତି ।

Leave A Reply

Your email address will not be published.