
ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଛନ୍ତି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ । ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଲେଏନ୍ ।
୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବରେ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡା-କୋଷ୍ଟା ଅତିଥି ଭାବେ ଯୋଗଦେବେ । ଗଣତନ୍ତ୍ର ଦିବସ ସମାରୋହ ସହ ଏମାନେ ଆଗାମୀ ୨୭ରେ ହେବାକୁ ଥିବା ୧୬ତମ ୟୁରୋପ-ଭାରତ ଶିଖର ସମ୍ମିଳନୀରେ ୟୁରୋପର ପ୍ରତିନିଧିତ୍ୱ କରିବେ । ଏହି ଶିଖର ସମ୍ମିଳନୀରେ ପ୍ରମୁଖ FTA ଆଲୋଚନା ଏବଂ ସମସ୍ତ ଚୁକ୍ତି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି । ଲେଏନ୍ ଓ ଡା-କୋଷ୍ଟା ଙ୍କୁ ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଜିତିନ୍ ପ୍ରସାଦ ସ୍ୱାଗତ କରିଥିଲେ ।