ଭୁଶୁଡିଲା ପୋଲ, ଯାତାୟାତ ଠପ

newyr25

ବାଣପୁର: ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଭୁଶୁଡିଲା ବହୁ ପୁରୁଣା ଦୁର୍ବଳ ପୋଲ । ଫଳରେ ଫସି ରହିଛି ମାଟି ବୋଝେଇ ହାଇୱା । ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି । ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଏକ ମାଟି ବୋଝେଇ ହାଇୱା ଯାଉଥିଲା । ହଠାତ ପୋଲ ଉପରେ ଗାଡି ଯିବାବେଳକୁ ପୋଲଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ଦୁଇଖଣ୍ଡ ହୋଇଯାଇଛି । ଯାହାଫଳରେ ଏହି ରାସ୍ତାଡେଇ ୮/ ୧୦ ଖଣ୍ଡ ଗାଁକୁ ଯାତାୟାତ ଠପ ହୋଇଯାଇଛି ।

ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୀର୍ଘ ୪୦ ବର୍ଷର ପୋଲକୁ ପୁର୍ନଃ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୨୦୨୧ରେ ଆରମ୍ଭ ହୋଇ ୨୦୨୨ରେ ଶେଷ କରିବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ୨କୋଟି ୩୯ ଲକ୍ଷ ୯୨ ହଜାର ଟଙ୍କାରେ ଏକ ନୂଆ ସେତୁ ନିର୍ମାଣ ପାଇଁ ଅଟକଳ ହୋଇଥିଲା, ହେଲେ ଅଧପନ୍ତରିଆ ଭାବରେ କାମକୁ ଛାଡି ପଳାଇଲେ କଣ୍ଟ୍ରାକ୍ଟର । ଫଳରେ ଆଜି ଏଭଳି ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ବାଣପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.