ବଢ଼ିଲା ଅଙ୍ଗନବାଡି ପିଲାଙ୍କ ପୋଷାକର ମୂଲ୍ୟ

add-all

ଭୁବନେଶ୍ୱର: ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି । ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ପୋଷାକ ଓ ଜୋତା ପାଇଁ ବଢିବ ସରକାରୀ ଖର୍ଚ୍ଚ । ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିଲା । ଏବେ ଏହା ବଢ଼ି ୧୭୫ ଟଙ୍କା ହୋଇଛି ।

ଅଙ୍ଗନବାଡ଼ି ପିଲାମାନେ ଉଚ୍ଚମାନର ୟୁନିଫର୍ମ ପିନ୍ଧିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ ଏହା ଆହୁରି ୭୫ ଟଙ୍କା ବଢ଼ି ୧୭୫ଟଙ୍କା ହୋଇଛି। ସେହିଭଳି ପୂର୍ବରୁ ବାଳିକାଙ୍କ ପୋଷାକ ପାଇଁ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି। ଅନ୍ୟପଟେ ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ଟଙ୍କା ବଢ଼ି ୧୫୦ ଟଙ୍କା ହୋଇଛି। ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ad-week
Leave A Reply

Your email address will not be published.