

ଜିଲ୍ଲା ରେ ଦଲାଲ ସକ୍ରିୟ, ପଡୋଶୀ ରାଜ୍ୟକୁ ଚାଲାଣ ହେଉଛି ଧାନ…
ବ୍ରହ୍ମପୁର: ଜିଲ୍ଲାର କିଛି ମିଲେର ମାନଙ୍କ ମନ ଇଚ୍ଛା ମାତ୍ରାଧିକ କଟନୀ ଛଟଣୀ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। କେତେକ ମିଲେର ମାନେ ୭ ରୁ ଦଶ କିଲୋଗ୍ରାମ ଠାରୁ ଅଧିକ ଧାନ ଓଜନ ବେଳେ କଟନୀ ଛଟଣୀ କରିବାକୁ ଚାଷୀଙ୍କୁ ବାଧ୍ୟ କରୁଥିବା ଯୋଗୁଁ ଆନ୍ଧ୍ରା ପ୍ରଦେଶକୁ ଦଲାଲ ମାନେ ଆସି ଧାନ ଚାଲାଣ କରୁଥିବା ଲକ୍ଷକରାଯାଇଛି। ୧୦/୧୫ କିଲୋଗ୍ରାମ ଧାନ ଓଜନ ବେଳେ କଟଣୀ ଛଟଣୀ କରୁଥିବା ମିଲେର ମାନଙ୍କ ଯୋଗୁଁ ବାହାର ରାଜ୍ୟକୁ ଧାନ ବିକ୍ରି କରିବାକୁ ଚାଷୀ ମାନେ ମଧ୍ୟ ବାଧ୍ୟ ହେଉଛନ୍ତି। ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା କଟଣୀ ଛଟଣୀରେ ପ୍ରଥମ ହେଲାଣି ବୋଲି ଏବେ ଚର୍ଚ୍ଚା। ସରକାରଙ୍କ ମଣ୍ଡି ବ୍ୟବସ୍ଥା ଅଧୁରା ରହିଯାଇଛି। କୌଣସି ପ୍ରଶାସନିକ ଅଧିକାରୀ ମାନେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ରେ ସୁଧାର ଆଣିବାରେ ବିଫଳ ହୋଇଛନ୍ତି। ଟୋକେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି। ବର୍ତ୍ତମାନ ଜିଲ୍ଲାରେ ଦଲାଲ ସକ୍ରିୟ, ଚାଷୀ ନିରୁପାୟ ପ୍ରଶାସନ ଓ ନେତା ମାନେ ଏବେ ଗୋପାଳପୁର ମହୋତ୍ସବ ରେ ମସୁଗୁଲ ଥିବା ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଛନ୍ତି। ଏବେ କଟନୀ ଛଟଣି ଚାଷୀଙ୍କ ଆଖିରେ ଲୁହ ଆଣି ଦେଇଛି ଦୁଃଖ କହିବେ କାହାକୁ କାରଣ ପ୍ରଶାସନ ମିଲର ମାନଙ୍କ ବୋଲକରା ପାଲୋଟି ଯାଇଛନ୍ତି ବୋଲି ଅଭିଯୋଗ ଆସିଲାଣି l ନେତା ମନ୍ତ୍ରୀଙ୍କ କଥା ନକହିବା ଭଲ ମିଲର ମାନଙ୍କ ଠାରୁ ମୋଟା ଅଙ୍କର ପାଉଣା ନେଇ ଚୁପ ଚାଷୀଙ୍କୁ କିଏ ପଚାରେ l ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ଙ୍କ ପାଖରେ ଚାଷୀଙ୍କ ଦୁଃଖ ବୁଝିବାକୁ ସମୟ ନାହିଁ l କେବଳ ଚାଷୀଙ୍କ ଦୁଃଖ ଓ ସମସ୍ୟା ନିର୍ବାଚନ ବେଳେ ମନେ ପଡିଥାଏ ବୋଲି ସାଧାରଣ ରେ ଚର୍ଚ୍ଚା l ଚାଷୀ ଋଣ କରଜ କରି ଧାନ ଅମଳ କରିଥାନ୍ତି ଧାନ ବିକ୍ରୀ କଲେ ଋଣ କରିଥିବା ଟଙ୍କା ପରିଶୋଧ କରିବେ କିନ୍ତୁ ମିଲର ଏବଂ ପ୍ରଶାସନ ର ବ୍ୟବହାର ରେ ଭାଗ୍ୟକୁ ଆଦରି ଦଲାଲ ମାନଙ୍କ ଶରଣ କୁ ଯିବାକୁ ବାଧ୍ୟ ହେଉଛନ୍ତି ଚାଷୀ l ନଚେତ ଋଣ ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି ଚାଷୀ ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l