ଗୋପାଳପୁର ବେଳାଭୂମି ମହୋତ୍ସବ ,ଅସ୍ମିତା ସ୍ୱର ଙ୍କୁ ଦୁଃଖ ଦେଇ ପ୍ରଶାସନ ଆନନ୍ଦରେ ମସଗୁଲ..!

ଓଡ଼ିଆ ଅସ୍ମିତା ଆଜି କୋମାରେ…

newyr25

ମହୋତ୍ସବ ହେଉଛି ନେତା, ମନ୍ତ୍ରୀ ଓ ପ୍ରଶାସନ ର ଚିତ୍ତ ବିନୋଦନ ସ୍ଥଳ…

ବ୍ରହ୍ମପୁର : ଅନେକ ବର୍ଷ ପରେ ବିଜେଡି ଶାସନ ଗଲା ପରେ ଏବଂ ଡବଲ ଇଞ୍ଜିନ ସରକାର ଙ୍କ ଏକ ବର୍ଷ ପରେ ଆରମ୍ଭ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ l କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଉଛି ବିଜେପି ସରକାର ଶାସନ କୁ ଆସିବା ପୂର୍ବରୁ କେବଳ ଅସ୍ମିତା କୁ ପ୍ରାଧାନ୍ୟ ଦେଇ ଲୋକଙ୍କ ମନରେ ଏକ ନୁଆଁ ଆଶା ଜାଗ୍ରତ କରିଥିଲା କିନ୍ତୁ ବାସ୍ତବ ରେ ଏହା ଓଲଟା ପରି ମନେ ହେଲାଣି, ରାଜ୍ୟ ସରକାର ଯେତେ ନିୟମ କଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ରେ ଏହାର ପ୍ରଭାବ ଶୂନ୍ୟ l ଗୋପାଳପୁର ବେଳା ଭୂମି ମହୋତ୍ସବ ଏହାର ନଗ୍ନ ନମୁନା l ମଞ୍ଚରେ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ମାନଙ୍କୁ ନେଇ ଆଲୋଚନା କରିବା ପାଇଁ ବୋଧ ହୁଏ ଏହି ଜିଲ୍ଲା ପ୍ରଶାସନ ଚିନ୍ତା କରି ନାହିଁ ବୋଲି ଚର୍ଚ୍ଚା ଅଧିକ ହେଉଚି ଏବଂ ଏହା ନିଶ୍ଚୟ ସମୀକ୍ଷା କରିବା ଆବଶ୍ୟକ।ଗଞ୍ଜାମ ଜିଲ୍ଲା ବିଶେଷ କରି ଐତିହ୍ୟ କଳା ସଂସ୍କୃତି ପରମ୍ପରା ସାହିତ୍ୟ ର ଅନନ୍ୟ ବିଶେଷତ୍ଵ ବହନ କରି ଥିବା ଅଞ୍ଚଳ ବୋଲି ନେତା ଓ ପ୍ରଶାସନ ସ୍ଵୀକାର କରନ୍ତି କିନ୍ତୁ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ମାନଙ୍କୁ ଉଚିତ୍ ସମ୍ମାନ ଦେବା ରେ ପଛ ଘୁଂଚା ଦେଉଛନ୍ତି ଏହା ହିଁ ଆଲୋଚନାର ବିଷୟ । ଦେଶ ର ବହୁ ପ୍ରତିଷ୍ଠିତ କଳାକାର ସଙ୍ଗୀତ ନାଚ ଗୀତ ପରିବେଷଣ କରିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବ।ବରପୁତ୍ର ମାନଙ୍କ ମଧ୍ୟ ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ,ମହାରାଜ କୃଷ୍ଣଚନ୍ଦ୍ର ଗଜପତି ,ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉଦ୍ଦେଶ୍ୟ ରେ ଗୋଟିଏ ଗୋଟିଏ ସନ୍ଧ୍ୟା ରେ ଏହି ମଞ୍ଚ ନାମ ରେ ଉତ୍ସର୍ଗ କରି ଜାତି ପାଇଁ ଗର୍ବ ଗୌରବ ବିଷୟ କିନ୍ତୁ ଦୁଃଖ ର କଥା ଏହି କାର୍ଯ୍ୟକ୍ରମ ଆରମ୍ଭ ଦିନ ରୁ ମାଟିର ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ସାରସ୍ୱତ ସାଧକ ଙ୍କ ପ୍ରତି ଛଳନା ଓ ଅବିଚାର କରାଯାଇଛି। ନିମନ୍ତ୍ରଣ ପତ୍ର ତାଲିକା ରେ ଏହି ଅଞ୍ଚଳ ର ପ୍ରତିଷ୍ଠିତ ଶିକ୍ଷାବିତ୍,ସାହିତ୍ୟିକ କବି ଲେଖକ ଓଡିଆ ଭାଷା , ସାହିତ୍ୟ ସଂସ୍କୃତି ପ୍ରେମୀ ଙ୍କ ନାମ ନାହିଁ ନିମନ୍ତ୍ରଣ ମଧ୍ୟ କରା ଯାଇ ନାହିଁ

ଚାରି ଦିନ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବେଳାଭୂମି ରେ ଆୟୋଜିତ ବିରାଟ କାର୍ଯ୍ୟକ୍ରମ କୁ ରାଜ୍ୟ ର ମହାମହିମ ରାଜ୍ୟପାଳ ଡ ଟି ହରିବାବୁ କମ୍ବମପାଟି ଉଦ୍ଘାଟନ କରି ଥିଲେ। ଏହା ସହ ଅସ୍ମିତା ପ୍ରସଙ୍ଗ ଗୁରୁତ୍ଵ ଦେଇ ସରକାର ଙ୍କ ସ୍ୱର ଥିବା ତିନି ତିନି ଜଣ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ସମୁଦ୍ର ଆରତୀ ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ବେଳାଭୂମି ମହୋତ୍ସବ ସ୍ଥାନ ଆକର୍ଷଣ ବୃଦ୍ଧି ପାଇବା ବେଳେ ପ୍ରକୃତ ସତ୍ୟ ଯେ ଏଠି ସମାଜ ରେ ସ୍ଵାଭିମାନ ସ୍ୱର ସହ ଆଜିର ଦିନ ରେ ଓଡିଆ ଜାତିର ଅସ୍ମିତା ପ୍ରସଙ୍ଗ ରେ ଆଲୋଚନା କରିବା ରେ ଯେଉଁ ମାନଙ୍କ ବିଶେଷ ଭାବେ ଯୋଗ ଦାନ ରହିଛି ସେମାନଙ୍କ ପାଇଁ ସମ୍ମାନ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ଆନ୍ତରିକତା ଅଭାବ ବୋଧେ ଏହି କାର୍ଯ୍ୟକ୍ରମ ର ସିଦ୍ଧାନ୍ତ ଏବଂ ଆଭିମୁଖ୍ୟ କୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି ଏହା ହିଁ ସତ୍ୟ ଓ ସାଙ୍ଘାତିକ ବିଷୟ ବୋଲି ସ୍ଵୀକାର କରିବା ପାଇଁ ହେବ । ଆଜି ଜିଲ୍ଲାରେ ଚାଷୀ କାନ୍ଦୁଛି ଏଥିପ୍ରତି ନେତା କିମ୍ବା ପ୍ରଶାସନ ପାଖରେ ସମୟ ନାହିଁ କିନ୍ତୁ ସମସ୍ତେ ଗୋପାଳପୁର ମହୋତ୍ସବ ରେ ମସଗୁଲ l ମୁଖ୍ୟତଃ ବ୍ରହ୍ମପୁର ଏବଂ ଛତ୍ରପୁର ଅଞ୍ଚଳ ରେ ଥିବା ସମସ୍ତ କାର୍ଯ୍ୟଳୟ ପୁରା ଖାଲି କହିଲେ ଚଳେ ଲୋକଙ୍କ କଥା ବୁଝିବ କିଏ..? କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏହି ଉତ୍ସବ ପାଇଁ କିନ୍ତୁ ଅସ୍ମିତା ଆଜି କୋମାରେ ଲୋକଙ୍କ ପାଇଁ ଏହି ଉତ୍ସବ କିନ୍ତୁ ଏହା କେବଳ ଲୋକ ଦେଖାଣିଆ ପ୍ରଶାସନ ଏବଂ ନେତା ମନ୍ତ୍ରୀ ଙ୍କ ମନରଞ୍ଜନ ସହିତ ଅର୍ଥ ହଡପ କରିବା ଏକ ମାଧ୍ୟମ କହିଲେ କିଛିବି ଭୁଲ ନୁହଁ ବୋଲି ସହରର ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ମହୋତ୍ସବ ଶେଷରେ ଅନେକ ତଥ୍ୟର ଗୁମର ଖୋଲିବ କେବଳ ସମୟ କୁ ଅପେକ୍ଷା.. I

Leave A Reply

Your email address will not be published.