ଆମେରିକାରେ ୨ ବିମାନ ଧକ୍କା, ବର୍ତ୍ତିଲେ ଯାତ୍ରୀ

youtube

ଆମେରିକାରେ ବିମାନ ଦୁର୍ଘଟଣା ଘଟିଛି । ୨ଟି ବିମାନ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ଆମେରିକାର ମୋଟାନା ସ୍ଥିତ କାଲିସ୍ପେଲ୍ ସିଟିର ବିମାନ ବନ୍ଦର ନିକଟରେ ହୋଇଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି ।

ସୂଚନାନୁଯାୟୀ, ଏକ ଛୋଟ ସିଙ୍ଗଲ-ଇଞ୍ଜିନ୍ ବିମାନ କାଲିସ୍ପେଲ୍ ସିଟିର ବିମାନବନ୍ଦରରେ ପ୍ରାୟ ଅପରାହ୍ଣ ୨ଟା ସମୟରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଥିଲା । ସେହି ସମୟରେ ବିମାନବନ୍ଦରରେ ଠିଆ ହୋଇଥିବା ଆଉ ଏକ ବିମାନକୁ ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । କିନ୍ତୁ ପାଇଲଟଙ୍କ ସମେତ ୩ଜଣ ଯାତ୍ରୀ ବଞ୍ଚିବା ପାଇଁ ବାହାରକୁ ବାହାରି ଆସିଥିଲେ । ସେହି ବିମାନରେ ଯାତ୍ରା କରୁଥିବା  ୨ଜଣ ଯାତ୍ରୀ ସାମାନ୍ୟ ଆତ ହୋଇଥିଲେ । ତୁରନ୍ତ ବିମାନବନ୍ଦରରେ ଆହତ ଯାତ୍ରୀଙ୍କ ଚିକିତ୍ସା କରାଯାଇଥିଲା । ଦୁଘର୍ଟଣା ହେବା ଫଳରେ ଶବ୍ଦ ହୋଇଥିଲା । ଯେଉଁଥି ପାଇଁ ଆକାଶ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ନିକଟରେ ଅର୍ଥାତ୍ ଗତ ସପ୍ତାହରେ ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ହେବା ଯୋଗୁଁ ବିମାନଟିରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ତର-ପୂର୍ବରେ ଚିନଲେ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.