ଆସିଛି ଡାକରା, ରାଷ୍ଟ୍ରପତି ଭବନ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

youtube

ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର।

ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ସୁରୁଙ୍କ ମନରେ ନାହିଁ ନଥିବା ଉତ୍ସାହ। ସୁରୁ ଜଣେ ସବୁଠୁ ନିଆରା ମଣିଷ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିଥିବାରୁ ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସରେ ଯୋଗଦେବା ସହ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ନୈଶ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୁରୁ ତିରିଆ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ବିଭିନ୍ନ କାର୍ଯ୍ୟ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରିଥାନ୍ତି। ରାଷ୍ଟ୍ରପତି ଭବନରୁ ଡାକ ଯୋଗେ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ ଖୁସି ଅଛନ୍ତି ସୁରୁ ତିରିଆଙ୍କ ପରିବାର ଓ ଗ୍ରାମବାସୀ। ଏବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ସୁରୁ ତିରିଆ। ସୁରୁ ଦିଲ୍ଲୀ ଯାଇ ଦେଶର ସର୍ବୋଚ୍ଚ ପଦବୀରେ ଥିବା ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବେ। ତେବେ ଏଇଟା ତାଙ୍କ ଜୀବନର ସବୁଠୁ ବଡ଼ ଖୁସି ହୋଇଥିବା ବେଳେ ସେ ରାଷ୍ଟ୍ରପତି ମହୋଦୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.