‘ଅନ୍‌ଲାଇନ ଗେମ୍‌’ ନେଲା ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ

youtube

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା ।

ସୂଚନାଥାଉକି, ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଆଜି ସକାଳେ ପାଠ ନପଢ଼ି ଗେମ୍ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ । ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ।

ସେପଟେ ଖବର ପାଇ ସିଂଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

Leave A Reply

Your email address will not be published.