
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରୁଦ୍ରପ୍ରୟାଗର ଜିଲ୍ଲା ପ୍ରଶାସନ ଅଜିଠାରୁ ଆଗାମୀ ୩ଦିନ ଅର୍ଥାତ୍ ଅଗଷ୍ଟ ୧୪ ପର୍ଯ୍ୟନ୍ତ କେଦାରନାଥ ଯାତ୍ରାକୁ ବନ୍ଦ କରାଯାଇଛି ।
ଏହାରି ମଧ୍ୟରେ କେଦାରନାଥ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି ରୁଦ୍ରପ୍ରୟାଗର DM । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି କେଦାରନାଥ ଯାତ୍ରାଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି । ରୁଦ୍ରପ୍ରୟାଗର DM ପ୍ରତୀକ ଜୈନ କହିଛନ୍ତି ଯେ, ଡେରାଡୁନ ପାଣିପାଗ କେନ୍ଦ୍ର ୧୨, ୧୩ ଏବଂ ୧୪ ଅଗଷ୍ଟ ରୁଦ୍ରପ୍ରୟାଗ ସମେତ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ସ୍ବରୂପ କେଦାରନାଥ ଯାତ୍ରାରେ ବନ୍ଦ କରିଦିଆଯାଇଛି ।
ଏହା ବ୍ୟତୀତ ଏହି ସମୟରେ ସମସ୍ତ ବିଭାଗକୁ ସତର୍କ ରହିବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଦେଇଛି । ଜାତୀୟ ରାଜପଥର ବିପଦ ଅଞ୍ଚଳରେ ୨୪ ଘଣ୍ଟା ଜେସିବି ଏବଂ ପୋକଲ୍ୟାଣ୍ଡ ମେସିନ୍ ନିୟୋଜିତ କରାଯାଇଛି । ରାସ୍ତା ଅବରୋଧ ହେବା ଫଳରେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ । ଆହୁରି ମଧ୍ୟ ସେ କହିଛନ୍ତି ଯେ ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅପିଲ୍ କରାଯାଇଛି ।