କାର୍‌ରେ CNG ଭର୍ତ୍ତି ବେଳେ ଭୟଙ୍କର ବିସ୍ଫୋରଣ

ଗୁଜୁରାଟ: ଗୁଜରାଟର ବଡୋଦରାରେ ଏକ ହୃଦୟବିଦାରକ ଦୁର୍ଘଟଣା CCTV କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା କରଜନ ନିକଟସ୍ଥ ନ୍ୟାସନାଲ ହାଇୱେ-୪୮ରେ ଘଟିଛି । CNG ଷ୍ଟେସନରେ କାର୍‌ରେ CNG ଭର୍ତ୍ତି କରାଯାଉଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ଘଟିଥିଲା । ସୂଚନା ଅନୁସାରେ, CNG ଭର୍ତ୍ତି ସମୟରେ କାର୍‌ର ଗ୍ୟାସ୍ ଟାଙ୍କ ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିଲା । ଏହି ଜିନ୍ଦଲ କମ୍ପାନୀ ସମ୍ମୁଖରେ ଥିବା CNG ଷ୍ଟେସନରେ ଘଟିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, କାର୍‌ର ପଛ ଭାଗର ବିଭିନ୍ନ ପାର୍ଟସ୍ ଏବଂ ଭଙ୍ଗା କାଚ ଅନେକ ମିଟର ଦୂରକୁ ଛିଟିକି ପଡ଼ିଥିଲା । ଏଥି ସହିତ ବିସ୍ଫୋରଣ ଯୋଗୁଁ ନିକଟରେ ଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏହି ଘଟଣା ସମୟରେ କାର୍‌ ଭିତରେ କେହି ଉପସ୍ଥିତ ନଥିଲେ । ଫଳରେ କାହାରି ମୃତାହତ ହୋଇଥିବା ଖବର ନାହିଁ । ବିସ୍ଫୋରଣ ପରେ CNG ଷ୍ଟେସନରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହି ସମ୍ପୂର୍ଣ୍ଣ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି ।ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କରଜନ ଫାୟାର ବ୍ରିଗେଡ୍ ଟିମ୍ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳର ଯାଞ୍ଚ କରିବା ସହ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇଥିଲେ । ପ୍ରାଥମିକ ଭାବେ CNG ଭର୍ତ୍ତି କରିବା ସମୟରେ ଗ୍ୟାସ୍ ଟାଙ୍କ ଫାଟିଯିବାକୁ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି । ତେବେ ପ୍ରକୃତରେ ବିସ୍ଫୋରଣ କାହିଁକି ଘଟିଲା, ସେନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.