BLAକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କଲା ଆମେରିକା

youtube

BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ BLAକୁ ଆତଙ୍କବାଦୀ ସଂଗଠନ ଭାବେ ଅନ୍ତଭୂକ୍ତ କରିଛି ଆମେରିକା ।

BLA ଓ ଏହାର ଛାୟା ସଂଗଠନର ବ୍ରିଗେଡକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛି । ଗତକାଲିଠୁ ଏହା ଘୋଷଣା କରାଯାଇଛି । BLA ୨୦୧୯ ମସିହାରୁ ପାକିସ୍ତାନରେ ବିଭିନ୍ନ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଆସୁଛି । ଏବେ ଆତଙ୍କବାଦୀ ସଂଗଠନ ଘୋଷିତ ହେବା ପରେ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସମର୍ଥନକୁ ରୋକିବା ପାଇଁ କଠୋର ନିଷେଧାଜ୍ଞା ଏବଂ ଆଇନଗତ ପରିଣାମ ଲାଗୁ ହେବ । ଏଥି ସହ BLA ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସ୍ୱାଧୀନତା ପାଇଁ ଲଢେଇ କରିଆସୁଛି ।

ଏଥି ସହ ଜାଣିରଖନ୍ତୁ ଯେ, ୨୦୨୪ ମସିହା କରାଚୀ ବିମାନବନ୍ଦର ଓ ଗ୍ୱାଦାର ପୋର୍ଟ ଅଥରିଟି କମ୍ପ୍ଲେକ୍ସ ନିକଟରେ ଆତ୍ମଘାତୀ ଆକ୍ରମଣ କରିଥିବା ଦାବି କରିଥିଲା । ଚଳିତବର୍ଷ BLA କ୍ୱେଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରିଥିବା କହିଥିଲା । ଏଥିରେ ୩୧ ଜଣ ନାଗରିକ ଓ ସୁରକ୍ଷା କର୍ମୀ ନିହତ ହୋଇଥିଲେ । ୩୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଦୀ କରାଯାଇଥିଲା । ୨୦୦୬ ମସିହାରୁ ପାକିସ୍ତାନରେ ଏହାକୁ ନିଷିଦ୍ଧ ସଂଗଠନ ଭାବେ ଘୋଷିତ କରଯାଇଛି ।

Leave A Reply

Your email address will not be published.