
ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଗତକାଲି ପିଲା ଉପରେ ଆକ୍ରମଣ ହୋଇଥିଲା । ଆଉ ଆଜି ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପରେ ସ୍କୁଲରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ବସ୍ ଉପରକୁ ଟେକାମାଡ଼ କରିଛନ୍ତି । ସ୍କୁଲ୍ ଭିତରକୁ ଧସେଇ ପଶିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ । ସ୍କୁଲ୍ କର୍ମଚାରୀଙ୍କୁ ମାଡ଼, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି ।
ଖବର ମୁତବାକ, ଅହମ୍ମଦାବାଦର ଖୋଖରାରେ ସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ପିଲାକୁ ୯ମରେ ପଢୁଥିବା ଜଣେ ପିଲା ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଛାତ୍ରକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ମୃତ ଛାତ୍ର ସିନ୍ଧି ସମ୍ପ୍ରଦାୟର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ର ମୁସଲମାନ । ଯାହା ଯୋଗୁଁ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିଛି । ବୁଧବାର ଉତ୍ତ୍ୟକ୍ତ ଜନତା ସ୍କୁଲରେ ଭଙ୍ଗାରୁଜା କରିଥିଲେ । ସ୍କୁଲ ସମ୍ପତ୍ତି ନଷ୍ଟ କରାଯାଇଥିଲା, ବସ୍ ଉପରେ ମଧ୍ୟ ପଥର ମାଡ଼ କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ଛାତ୍ରଙ୍କୁ ଆକ୍ରମଣ କରିଥିବା ନବମ ଶ୍ରେଣୀ ଛାତ୍ରକୁ ପୋଲିସ ଅଟକ ରଖିଛି । ପୋଲିସ ଜୁଭେନାଇଲ୍ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି । ଅଭିଯୁକ୍ତ ଛାତ୍ର ବ୍ୟତୀତ ଅଭିଭାବକମାନେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ପରିଚାଳନା ବିରୋଧରେ ଅଭିଯୋଗ ଦାୟର କରିବାକୁ ଦାବି କରିଛନ୍ତି ।