ଦିଲ୍ଲୀରେ ଭୁଶୁଡିଲା କୋଠା, ୩ ମୃତ

youtube

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଏହି ଅଞ୍ଚଳ ପୁରୁଣା ଦିଲ୍ଲୀର ଭିଡ଼ ସ୍ଥାନ ।

ଖବର ମୁତାବକ, ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳରେ ଅପରାହ୍ନ ୧୨.୧୪ ମିନିଟରେ ଏକ ପୁରୁଣା ବିଲିଡିଂ ଭୁଶୁଡି ପଡିଥିଲା । ସୂଚନା ପାଇବା ପରେ ଦମକଳ ଟିମର ୪ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସଦ୍ଭାବନା ପାର୍କ ନିକଟରେ ଥିବା ଏହି ବିଲିଡିଂ ବହୁତ ପୁରୁଣା ହୋଇଥିଲା । ବିଲିଡିଂ ଭୁଶୁଡିବା ଯୋଗୁଁ ଘଟଣା ସ୍ଥଳରେ ଥିବା ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଡିଡିଏମଏ ସହିତ ନଗର ନିଗମର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଭାଙ୍ଗିଥିବା ଅଂଶବିଶେଷ ତଳେ ଆହୁରି ଲୋକ ଦବିଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.