ଧାନମଣ୍ଡୀ ଅବ୍ୟସ୍ଥାକୁ ନେଇ ଚକଅଖ ବନ୍ଦ, ଯାତ୍ରୀ, ବିଦ୍ୟାର୍ଥୀମାନେ ସମସ୍ୟାର ସମ୍ମୁଖୀନ

add-all

କୋରାପୁଟ / କୋଟପାଡ଼ : ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ସାରା ରାଜ୍ୟର ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଓଡିଶା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ଚାଷୀ ମାରଣନୀତିକୁ ପ୍ରତିବାଦ କରି ସାରା ରାଜ୍ୟରେ ଚକଅଖ ବନ୍ଦ ଡାକରା ଦେଇଥିଲା, ଏହାକୁ ସମର୍ଥନ କରି କୋଟପାଡ଼ କୃଷକ ସମାଜ, କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଛ”ଘଣ୍ଟା କାଳ ଜାତୀୟ ରାଜପଥ କୃଷି ଫର୍ମ ନିକଟରେ ରାସ୍ତା ଅବରୋଧ କରାଯାଇଥିଲା l ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଥିଲା ଏବଂ ଗାଡ଼ି ଚଳାଚଳ, ଦୋକାନ ବଜାର ଶାନ୍ତିପୂର୍ଣ ଭାବେ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି l ମଧ୍ୟାହ୍ନ ସମୟରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କୋଟପାଡ଼ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

କୋଟପାଡ଼ କୃଷକ ସମାଜ ସଭାପତି ଶୁକ୍ରିୟା ପ୍ରଧାନୀ, କୃଷକ କଲ୍ୟାଣ ମଞ୍ଚ ସଭାପତି ସଂଜୟ ବେହେରା,ନବ ନିର୍ମିତ କୃଷକ ସଂଗଠନ ଜ଼ିଲ୍ଲା ସମ୍ପାଦକ, ଏମ. ଡି. ସଲିମ,ମନୋହର ବିଶୋୟୀ, ପରିଷଦ ଅଧ୍ୟକ୍ଷ ଶଙ୍କର ରାଓ, ମଣ୍ଟୁ ହୋତା,ଶିବ ପଟନାୟକ, ନବୀନ ବିଶୋୟୀଙ୍କ ସମେତ ବହୁ ସଂଖ୍ୟକ କୃଷକ ବନ୍ଦ ଡାକରରେ ସାମିଲ ହୋଇଥିଲେ l ଅନ୍ୟ ପକ୍ଷରେ ଜନସାଧାରଣ,ବିଭିନ୍ନ ଗନ୍ତବ୍ୟପଥର ଯାତ୍ରୀ, ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.