
ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଏବଂ ଟ୍ରକ ଧକ୍କା ହେବାରୁ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା କାଜୁଲୁ-ନେଟାଲ ପ୍ରାନ୍ତରେ ଡରବନ ସହର ନିକଟରେ ହୋଇଛି । ଦକ୍ଷିଣ ଆଫ୍ରିକା ସରକାରୀ ଅଧିକାରୀ ଏବଂ ଆପତ୍ତକାଳୀନ ସେବା ଏହା ବିଷୟରେ ସୂଚନା ଦେଇଛନ୍ତି । ତେବେ ଗତ ସପ୍ତାହ ପୂର୍ବରୁ ଏଭଳି ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣ ସ୍କୁଲ ପିଲା ଜୀବନ ହରାଇଥିଲେ ।
ଜଣେ ଅଧିକାରୀଙ୍କ କହିବା ମୁତାବକ, ସମସ୍ତ ୧୧ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମ୍ତକଙ୍କ ଭିତରେ ଜଣେ ସ୍କୁଲ ପିଲା ମଧ୍ୟ ରହିଛି । ଟ୍ରକ ଚାଳକ ୟୁ-ଟର୍ଣ୍ଣ ନେବା ସମୟରେ ଦୁର୍ଘଟଣା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ଘଟଣା ସ୍ଥଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିଲା ।
ତେବେ ଗତ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା । ଏକ ସ୍କୁଲ ବସ୍ ଏବଂ ଟ୍ରକ ଧକ୍କା ହେବାରୁ ୧୪ ପିଲାଙ୍କ ଜୀବନ ଚାଲିଯାଇଥିଲା ।