ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

newyr25

ଟିଟିଲାଗଡ : ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର ।  ଏପରି  ଘଟଣା ଘଟିଛି ସଇଁତଳା ଥାନା ଧରପଗଡ ଗାଁ ରେ  ।   ଗାଁର ଏକ ଅଳିଆ ଗଦାରେ ଶିଶୁ କନ୍ୟା ପଡିଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକେ ।  ତେବେ ଦେଖିବା ପରେ ନବଜାତ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନୱାଡ଼ି ଓ ଆଶା କର୍ମୀକୁ ଦେଇଥିଲେ ।   ଶିଶୁର ପରିଚୟ ମିଳି ପାରି ନ ଥିବା ବେଳେ ତାକୁ ଉଦ୍ଧାର କରି ହସ୍ପିଟାଲକୁ ନେବା ବ୍ୟବସ୍ଥା କରିଥିଲେ ଗାଁ ଲୋକେ ।  ଘଟଣାସ୍ଥଳରେ ବଡ଼ମାଳ ଫାଣ୍ଡି ଅଧିକାରୀ ପହଂଚି ନବଜାତକୁ ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନେଇଛନ୍ତି ।  ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ  । ଶିଶୁ କନ୍ୟାଟି କାହାର ଓ ସେ କେଉଁ ପରିସ୍ଥିତିରେ ଅଳିଆଗଦାରେ ପକାଇ ଦେଇଗଲେ ତାହାର ସୂଚନା ମିଳିନି  ।

Leave A Reply

Your email address will not be published.