ଟ୍ରକ୍-କାର ମୁହାଁମୁହିଁ ଧକ୍କା, ୪ ମୃତ

newyr25

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ଟ୍ରକ୍ ଏବଂ କାରଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ଏପରି ଦୁର୍ଘଟଣା ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍ ଜବତ କରିଛି ।

ସୂଚନାସୁଯାୟୀ, ଆଜି ସକାଳ ପ୍ରାୟ ୮ଟା ସମୟରେ ମହାରାଜପୁରାର ଗ୍ୱାଲିୟର-ଭିଣ୍ଡ ରାଜପଥର ବରେଥା ଟୋଲ୍ ପ୍ଲାଜା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡୁଛି । ଦୁର୍ଗଟଣାରେ ସମସ୍ତ କାର୍ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେ ମୃତକ ୪ଜଣ ଭିଣ୍ଡ ଜିଲ୍ଲାର ବାସିନ୍ଦା ।  ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥିସହ ସମସ୍ତ ମୃତକଙ୍କ ପରିବାରକୁ ସୂଚନା ଦେଇଛି ପୋଲିସ ।

ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଛି । ପୋଲିସ ଟ୍ରକ୍ ଜବତ କରିବା ସହ ଫେରାର ଡ୍ରାଇଭରଙ୍କୁ ଖୋଜୁଛି ।

Leave A Reply

Your email address will not be published.