ଆସିକା ବଡ଼ଖୋଲି ଠାରେ ବାଲି ଚାଲାଣ କୁ କେନ୍ଦ୍ର କରି ଗ୍ରାମବାସୀ ବାଲି ମାଫିଆ ମୁହାଁ ମୁହିଁ…..!

newyr25

କାହା ଚାପରେ ପ୍ରଶାସନ ଜଳକା ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ବଡ଼ ଖୋଲି ଗ୍ରାମବାସୀ ବେଆଇନ ବାଲି ଚାଲାଣ କୁ ବିରୋଧ କରିବାରୁ ବାଲି ମାଫିଆଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଆଜି ସକାଳେ ଧନିଯା ବାଲି ଘାଟ ରୁ ରୀତିମତ ବାଲି ଚାଲାଣ ହେବା ଫଳରେ ବଡ଼ଖୋଲି ଗ୍ରାମରେ କାଦ ସରସର ହେବା ସହ ଛୋଟ ମୋଟ ଦୁର୍ଘଟଣା ଘଟୁଛି।ଏହାକୁ ବଡ଼ଖୋଲି ଗ୍ରାମ ବାସୀଙ୍କ ପକ୍ଷରୁ ବିରୋଧ କରାଯାଇ ଥିଲା। ରାସ୍ତାରେ ହାଇୱା ଗାଡିକୁ ଅଟକାଇବା ଫଳରେ ବାଲି ମାଫିଆ ମାନେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଓ ମାଫିଆ ମାନେ ମୁହାଁ ମୁହିଁ ପରିସ୍ଥିତି ହୋଇଥିଲା। ରାଜସ୍ୱ ଓ ଖଣି ବିଭାଗର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିନଥିଲେ। ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟକୁ ନେଇ ଗାଁ ଲୋକେ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବାଲି ବ୍ୟବସାୟ କୁନେଇ ମୁଣ୍ଡ ଗଡ଼ିବାର ସମ୍ଭାବନା ଦେଖାଦେଇଛି। ବେଆଇନ ବାଲି ଚାଲାଣ କୁ ନେଇ ମୁହାଁ ମୁହିଁ ପରିସ୍ଥିତି ଉପୁଜିଲେ ପ୍ରଶାସନ ଜଳକା ସାଜିଥିବା ଲକ୍ଷ କରାଯାଇଛି।କାହା ଚାପ ରେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜୁଛି ତାହା ବି ତଦନ୍ତ ସାଫେକ୍ଷ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଶୁଣିବାକୁ ମିଳୁଛି ଆସିକା ପୋଲିସ ଏବଂ ଖଣି ବିଭାଗ ମୋଟା ଅଙ୍କର ମାସିକିଆ ବଟି ନେଇ ଚୋରା ବାଲି ମାଫିଆ ଙ୍କ ବୋଲକରା ପାଲୋଟି ଗଲେଣି l ତଳ ଦିନେ ଖଣି ଓ ପୋଲିସ ର ନିଷ୍କ୍ରିୟତା କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ନେତା ଓ କର୍ମୀ କିଛି ଚୋରା ବାଲି ଗାଡି ଓ ଜେସିପି ଜବତ କରି ପୋଲିସ କୁ ଜିମା ଦେଇଥିଲେ l ଚୋରା ବାଲି ଚାଲାଣ କୁ ନେଇ ବର୍ତ୍ତମାନ ଓଡିଶା ରେ ପ୍ରଥମ ପାଲୋଟି ଯାଇଛି ଆସିକା ତହସିଲ ଅଞ୍ଚଳ ପୁଣି ଖଣି ବିଭାଗ ମନ୍ତ୍ରୀଙ୍କ ନିଜ ଜିଲ୍ଲା l ନେତା, ମନ୍ତ୍ରୀ ଓ ପ୍ରଶାସନ କଳକୁ ମୋଟା ଅଙ୍କର ମାସିଆରି ଦେବା ଯୋଗୁଁ ମାଫିଆ ମାନେ କାହାକୁ ଖାତିର କରୁନାହାନ୍ତି ଯାହାକି ଆଗାମୀ ଦିନରେ ମୁଣ୍ଡ ଗଡ଼ିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ଯାହା ପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.