ବଜେଟ ପ୍ରସଙ୍ଗରେ ବଡ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

add-all

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ୬୫କୋଟି ଟଙ୍କାର ପ୍ରକଳ୍ପ ଚାଲୁରହିଛି। ଇଷ୍ଟ- ୱେଷ୍ଟ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ- ୱେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଓଡ଼ିଶାର ଶିଳ୍ପ ବିକାଶରେ ଇଷ୍ଟ- ୱେଷ୍ଟ କରିଡର ବଡ଼ ଭୂମିକା ନିଭାଇବ। ଗତ ୧୧ ବର୍ଷରେ ଓଡ଼ିଶାରେ ୨ ହଜାର ୨ ଶହ କିମି ନୂଆ ଟ୍ରାକ ତିଆରି ହୋଇଛି। ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ ଟ୍ରାକ୍‌ଠାରୁ ଅଧିକ। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍‌ ଚାଲିଛି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବେଶ ଭଲ କାମ କରୁଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.