
ଅନୁଗୁଳ: ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଚାଲିଗଲା ଦୁଇ ଜୀବନ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ ବିରେନ୍ଦ୍ର ସାହୁ ଓ କଣିହାଁ ଦଣ୍ଡସିଂହା ଗାଁର ଗୌର ଚନ୍ଦ୍ର ପରିଡ଼ାଙ୍କ ପୁଅ ବୁଲୁ ପରିଡା । ଦୁଇ ଜଣ ବାଇକରେ ଯାଉଥିବାବେଳେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।