ରାଜସୁନାଖଳାରେ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

newyr25

ନୟାଗଡ଼ ୭/୨ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଶନିବାର ଦିନ ଫ୍ରେଣ୍ଡସ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଓ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଫ୍ରେଣ୍ଡସ କ୍ଳବ ସମ୍ପାଦକ ମିର୍ଜା ଫକୀରୁଦ୍ଦିନ ବେଗ୍, ବରିଷ୍ଠ ସଦସ୍ୟ ସଦାଶିବ ସାହୁ ,ବିଷିକେଶନ ସାହୁ, ଓହିଦ ଖାନ୍, ପ୍ରଦୀପ୍ତ ବେହେରା ,ମାନସ ମହାପାତ୍ର ,ରଶ୍ମୀକାନ୍ତ ଷଢ଼ଙ୍ଗୀ,ଧନେଶ୍ୱର ସାହୁ, ପ୍ରଦୀପ୍ତ ବେହେରା, ସୁଶାନ୍ତ କୁମାର ପ୍ରଧାନ, କୈଳାସ ଚନ୍ଦ୍ର ସାହୁ, ସୌମ୍ୟରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଏହି ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ୮ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇ ଥିଲେ । ଏହି ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୮ଟି ଦଳ ଅଂଶଗ୍ରହଣ କରିବେ ।

ଆସନ୍ତା କାଲି ଉଦ୍ଘାଟନୀ ଦିବସ ଅବସରରେ ପୂର୍ବାହ୍ନ ୮ଟାରେ କ୍ଳବ୍ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରିବା ସହିତ ଗ୍ରାମ ପରିକ୍ରମା କରାଯିବ। ପ୍ରଥମ ଦିନ ଖେଳରେ ନୟାଗଡ଼ ଯଦୁମଣି ଫୁଟୁବଲ୍ କ୍ଳବ୍ ସହିତ ଖୁଣ୍ଟକଟା କ୍ରୀଡା ପରିଷଦ ,ଆଠଗଡ଼ ମଧ୍ୟରେ ଉଦଘାଟନୀ ମ୍ୟାଚ ହେବ । ପରିଶେଷରେ ଫ୍ରେଣ୍ଡସ କ୍ଳବ ସଦସ୍ୟ ରଶ୍ମୀକାନ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.