ନୟାଗଡ଼: ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଦ୍ଵାରା ଉଦଘାଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଏସପି ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର, ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା, ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶକ ଶ୍ରୀ ନଳିନୀକାନ୍ତ ମହାରଣା, ସହକାରୀ ନିର୍ଦେଶକ ପ୍ରାଚୀପ୍ରଭା ନନ୍ଦ, ସରକାରୀ ଅଭିଯୋଜକ ରାକେଶ କୁମାର ପୋଥାଲ, ଆକାଶ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି, ସମସ୍ତ ସରକାରୀ ଓକିଲ ତଥା ଅନେକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।
ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଠିକ୍ ପରିଚାଳନା ସହିତ ତଦନ୍ତକାରୀ ସଂସ୍ଥାକୁ ଆଇନଗତ ମତ ପ୍ରଦାନ ସହିତ ମାର୍ଗଦର୍ଶନ ପ୍ରଦାନ ।ପୀଡ଼ିତ ଓ ସାକ୍ଷୀର ସୁରକ୍ଷାକୁ ସୁଦୃଢ କରିବା ସହିତ ପୋଲିସ , ନ୍ୟାୟାଳୟ ଓ ଅଭିଯୋଜନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଜିଲ୍ଲାରେ ଅପରାଧିକ ମାମଲାର ଦକ୍ଷ ଓ ସମୟୋଚିତ ଅଭିଯୋଜନ ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁଦୃଢ କରିବାରେ ଏହି ନୂତନ କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଉପସ୍ଥିତ ବ୍ୟକ୍ତି ବିଶେଷ ଆଶା ପ୍ରକଟ କରିଛନ୍ତି ।
