(ଲୋଚାପଡା ମେରା ସାହିରେ ଭାଗବତ ଜନ୍ମ ମହାସମାରୋହରେ ପାଳିତ)
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଲୋଚାପଡା ମେରା ସାହି ଠାରେ ପବିତ୍ର ଭାଗବତ ଜନ୍ମ ମହାସମାରୋହରେ ପାଳିତ ହୋଇଯାଇଛି। ଗ୍ରାମସ୍ଥ ଭାଗବତ ଟୁଙ୍ଗୀରେ ନିୟମିତ ଭାବେ ବର୍ଷତମାମ ବ୍ୟାସ ଏଲ୍. ଲାଛିମିଆମ୍ମା ଭାଗବତ ସହିତ ବିଭିନ୍ନ ପୂରାଣ ପୋଥି ପାଠ କରି ଉପସ୍ଥିତ ମହିଳା ଶ୍ରଦ୍ଧାଳୁମାନଙ୍କୁ ବୁଝାଇଥାନ୍ତି। ଭାଗବତ ଜନ୍ମ ଅବସରରେ ଓଡ଼ିଆ ଭାଗବତ ପାଠ ସମାପନ ସହିତ ନୂତନ ଭାବେ ପୁଣି ଥରେ ଆରମ୍ଭ କରାଯାଇଥିଲା। ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥିଭାବେ ଯୋଗଦେଇ ଆମ ଓଡ଼ିଆ ଭାଗବତ ଆମ ଅସ୍ମିତାର ପରିଚାୟକ ଏବଂ ତାହା ଆମ ଜନଜୀବନକୁ ପରିପୁଷ୍ଟ କରିଥାଏ ବୋଲି ଟୁଙ୍ଗି ସଦସ୍ୟାମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ଏବଂ ଏଲ୍. ସୋମନାଥ ପାତ୍ରଙ୍କ ସହଯୋଗ କ୍ରମେ ଶ୍ରୀମତୀ ରଜନୀ ସାହୁ, ସୁଲୋଚନା ପାତ୍ର, କେ. ଭାନୁ ଦାସ, ଏଲ୍. ଦ୍ରୌପଦୀ ପାତ୍ର, ଏମ୍. ଚନ୍ଦ୍ରମା ପାତ୍ର, କୁନି ସାହୁ, ବି. ଅଜରମୁ ପାତ୍ର, କୁକୁଲି ସେଠୀ, ସାବିତ୍ରୀ ସେଠୀ, ଟି. ଶଶୀ ପାତ୍ର, ଟି. ସୁକାନ୍ତି ପାତ୍ର, ଟି. ଏରାମା ପାତ୍ର, ଝୁନୁ ପାତ୍ର, କେ. ରାତ୍ନାଲୁ ଦାସ ପ୍ରମୁଖଙ୍କୁ ଉତ୍ତରୀୟ ଓ ଭାଗବତ ପୋଥି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୋହିତ ସନ୍ତୋଷ କୁମାର ବକ୍ସି ବିଧିବତ୍ ଭାଗବତ ପୂଜା ଓ ହୋମ ଅନୁଷ୍ଠାନ କରିଥିଲେ। ସରକାରୀ କଳଦ୍ୱାରା ସ୍ଥାୟୀ ଭାଗବତ ଟୁଙ୍ଗି ସାହିରେ ନିର୍ମାଣ ନିମନ୍ତେ ଦାବି କରାଯାଇଥିଲା।
