ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଫେସର ନିଲମ୍ବିତ

newyr25

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା । ନିଲମ୍ବିତ ହେଲେ ପ୍ରଫେସର ଡ. ସରୋଜ ସାହୁ । ବିଶ୍ବବିଦ୍ୟାଳୟର ଏମ୍ ବିଏ ବିଭାଗର ଜଣେ ପିଏଚ୍ ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।  ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଘଟଣାର ତଦନ୍ତ କରିଥିଲା ।  କମିଟିର ଅନୁମୋଦନକ୍ରମେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ପ୍ରଫେସର ଡ. ସରୋଜ ସାହୁଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କୁ ଶୈକ୍ଷିକ ଓ ପ୍ରଶାସନିକ ଦାୟିତ୍ବରୁ ମୁକ୍ତ କରାଯାଇଛି ।

ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡ଼ିତ ହୋଇ ପାରିବେ ନାହିଁ। ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟ ଧାର୍ଯ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ସେ ବିଶ୍ଵବିଦ୍ୟାଳୟର ପ୍ରାଶାସନିକ କୋଠା ଅଥବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ । ଏପରିକି ପ୍ରାକ୍ ଅନୁମତି ବିନା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ । କୌଣସି ପ୍ରାକ୍ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ।

Leave A Reply

Your email address will not be published.