ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କଲେ ୨୧ ମାଓବାଦୀ

add-all

ମାଲକାନଗିରି : ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡିଶାରେ ସକ୍ରିୟ ଥିବା ୨୧ ମାଓବାଦୀ। ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡରେ ଥିଲା ୭୬ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ମାଲକାନଗିରିରେ ସକ୍ରିୟ ଥିଲେ। ଏମାନଙ୍କ ମଧ୍ୟରେ ଡିଭିଜନାଲ କମିଟି ମେମ୍ବର ୩ ଜଣ,ଏରିଆ କମିଟି ମେମ୍ବର ୫ ଜଣ ଏବଂ ୧୩ ଜଣ ପାର୍ଟି ସଦସ୍ୟ ଅଛନ୍ତି। ଓଡିଶାର କେକେବିଏନ, ଦରଭା ଡିଭିଜନ, ବସ୍ତର ଡିଭିଜନର ସକ୍ରିୟ ଥିଲେ। ୨ଟି ଏସଏଲଆର ,ଗୋଟିଏ ଇନସାସ , ୫ ସିଙ୍ଗଲ ସଟ ବନ୍ଧୁକ, ୩ ବିଜିଏଲ ଲଞ୍ଚର ଏବଂ ବିସ୍ଫୋରକ ସାମଗ୍ରୀ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। …

ad-week
Leave A Reply

Your email address will not be published.