ମାଲକାନଗିରିରେ ଆଶ୍ରୟ ନେଲେ ଛତିଶଗଡ଼ ବିଧାୟକ ଲଛମା କବାସୀ

add-all

ମାଲକାନଗିରି: ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ କୋଣ୍ଟା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ବିଭାଗ ମନ୍ତ୍ରୀ ଲଛମା କବାସୀ ମାଲକାନଗିରିରେ ଆଶ୍ରୟ ନେଇଛନ୍ତି। ଛତିଶଗଡର ମଦ ଘୋଟାଲା ମାମଲାରେ ଗିରଫ ହୋଇ ରାୟପୁର କେନ୍ଦ୍ରୀୟ ଜେଲରେ ଦୀର୍ଘଦିନ ଧରି ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଲଛମା କାବାସୀଙ୍କୁ ସୁପ୍ରିମ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଲଛମା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତାଙ୍କର ମାମଲା ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହି କାରଣରୁ ସେ ଛତିଶଗଡ ରାଜ୍ୟରେ ରହିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ଅଦାଲତ ନିର୍ଦେଶରେ ପୂର୍ବତନ ମନ୍ତ୍ରୀ ଲଛମା ଓଡିଶାର ମାଲକାନଗିରି ଜିଲାକୁ ଆସି ଆଶ୍ରୟ ନେଇଛନ୍ତି।

ପଡୋଶୀ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ଶାସନାଧୀନ ରହିଛି ଏବଂ ସେଠାରେ ମଧ୍ୟ ସେ ରହିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିଲା। କିନ୍ତୁ ମାଲକାନଗିରି ଜିଲା ସହିତ ତାଙ୍କରର ନିର୍ବାଚନମଣ୍ଡଳୀର ଦୂରତା ମାତ୍ର ୨୦ କିଲୋମିଟର ଏବଂ ପ୍ରତି ନିର୍ବାଚନରେ ମାଲକାନଗିରି ଜିଲାରେ ସେ ପ୍ରତ୍ୟକ୍ଷ ଭାବେ ପ୍ରଚାର କରିଛନ୍ତି। ଏଠାରେ ତାଙ୍କର ଆଦିବାସୀ ବନ୍ଧୁମାନେ ରହିଥିବାରୁ ମାଲକାନଗିରିରେ ଆଶ୍ରୟ ନେବାକୁ ଉଚିତ ମଣିଲି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ad-week
Leave A Reply

Your email address will not be published.