୨୨ତମ ରାଜ୍ୟସ୍ତରୀୟ ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସର ମ୍ୟାଚରେ ଟ୍ରାଏ ବ୍ରେକରରେ ପପୁଲାର କ୍ଲବ ଢେଙ୍କାନାଳ ବିଜୟୀ

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସର ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବିଜେପି ନୟାଗଡ ଜିଲ୍ଲା ସଭାପତି ତାପସ ରଞ୍ଜନ ମାର୍ଥା , ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା,ନୟାଗଡ ଜିଲ୍ଲା ସପ୍ଲାଇ ଇନ୍ସପେକ୍ଟର ମୁରଲୀ କ୍ରୀଷ୍ଣା ରାଓ, ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପ୍ରଦର୍ଶନ କରିବା ପାଇଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ଓ ଭଞ୍ଜନଗର ଏକାଡେମୀ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିଲା ।
ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରିପାରି ନଥିବା ବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଢେଙ୍କାନାଳ ପକ୍ଷରୁ ୯ ନମ୍ବର ଖେଳାଳି କାଳିଆ ପେନାଲ୍ଟି କିକ୍ ମାରି ଏକ ଗୋଲ ସ୍କୋର କରିଥିବା ବେଳେ ଭଞ୍ଜନଗର ପକ୍ଷରୁ ୫ନମ୍ବର ଖେଳାଳି ମଧ୍ଯ ଗୋଟିଏ ଗୋଲ ସ୍କୋର କରି ୧-୧ ଗୋଲରେ ଟ୍ରାଏ ବ୍ରେକର ହୋଇ ଥିଲା । ତେବେ ପପୁଲାର କ୍ଲବ ଢେଙ୍କାନାଳ ୩-୧ ଗୋଲରେ ବିଜୟୀ ହୋଇଛି। ଏହି ମ୍ୟାଚର ମୁଖ୍ୟ ରେଫରି ଆଲୋକ ଦେହୁରୀଙ୍କ ସହିତ ଶିବ ଦେହୁରୀ ଓ ବୈକୁଣ୍ଠ ମାହାପାତ୍ର ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଓ ଆଖପାଖ ଅଞ୍ଚଳର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ ଏବଂ ଖେଳାଳୀ ମନଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରିଥିଲେ । ଆସନ୍ତା କାଲି ସାନ କ୍ଲବ ଭୁବନେଶ୍ୱର ଓ ରଘୁନାଥ କ୍ଲବ ଟାଙ୍ଗୀ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଛି।