ଓଡ଼ଗାଁ ମଣ୍ଡଳସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରବୋଧନ ଅନୁଷ୍ଠିତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଜବାହରଲାଲ ବିଦ୍ୟାପୀଠରେ ଓଡ଼ଗାଁ ମଣ୍ଡଳ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରବୋଧନ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ଵି.ଆର.ସି.ସି ରାଜକିଶୋର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟର ଏହି ତାଲିମ ଶିବିରରେ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷ୍ୟା ୨୦୨୫ ଉପରେ ତାଲିମ ପ୍ରଦାନ କରାଯାଇଛି।ବିଦ୍ୟାଳୟ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରା ଓ ଓଡ଼ିଶାର ସଂସ୍କୃତି , ପରମ୍ପରା, ଐତିହ୍ୟ, କଳା, ସ୍ବାସ୍ଥ୍ୟ ଓ ଶାରୀରିକ ଶିକ୍ଷା ସମେତ ଧନ୍ଦାମୂଳକ ଶିକ୍ଷାକୁ ସମନ୍ଵୟ କରି ଶିକ୍ଷାର୍ଥୀର ପଞ୍ଚକୋଷର ବିକାଶ ସହିତ ସାମଗ୍ରିକ ବିକାଶ କରି ଶିଶୁକୁ ଭଲ ମଣିଷ ରୂପେ ଗଢ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଯଶୋବନ୍ତ ପଟ୍ଟନାୟକ, ଲଲିତ ମୋହନ ମିଶ୍ର, ବିଭୂତି ଭୂଷଣ ଘଡେ଼ଇ ପ୍ରମୁଖ ରିଶୋର୍ସ ପର୍ସନ ଭାବରେ ପ୍ରଥମ ପର୍ଯ୍ୟାୟର ତାଲିମ ଶିବିରରେ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇଥିଲେ ।

ad-week
Leave A Reply

Your email address will not be published.