ନୂଆଗାଁ ବ୍ଲକ୍ କଂଗ୍ରେସ ସଭାପତି ହେଲେ ଅଶୋକ

add-all

ନୟାଗଡ଼: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ଏନଏସି ସଭାପତି ମାନଙ୍କର ନାମ ଘୋଷଣା କରାଯାଇଛି। ନୂଆଗାଁ ବ୍ଳକ୍ ସଭାପତି ଭାବେ ଅଶୋକ ନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଫଳରେ ଏନେଇ ଅଶୋକ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ନୟାଗଡ଼ ଜିଲ୍ଲା କଂଗ୍ରେସ ପ୍ରଭାରୀ ତାରାପ୍ରସାଦ ବାହିନୀପତି, ସହପ୍ରଭାରୀ ୟାସିର ନାୱାଜ ଓ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ କୁମାର ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂଆଗାଁ ବ୍ଳକରେ ଦଳକୁ ସୁଦୃଢ଼ କରିବା ପାଇଁ ସମସ୍ତ ପଦକ୍ଷେପ ନେବି ବୋଲି ଅଶୋକ କହିଛନ୍ତି।

ad-week
Leave A Reply

Your email address will not be published.