ଟିପିଏସ୍ଓଡିଏଲ୍ ତରଫରୁ ରକ୍ତଦାନ ଶିବିର : ମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ

add-all

ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଜୟପୁର ଏବଂ ମାଲକାନଗିରିଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଭଳି ପଦକ୍ଷେପ ମାଧ୍ୟମରେ ସମୁଦାୟର ସ୍ୱାସ୍ଥ୍ୟ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛି ଟିପିଏସ୍ଓଡିଏଲ୍। ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ସାମିଲ ହେବାସହିତ ରକ୍ତଦାନ କରିଛନ୍ତି।

ଜୟପୁରଠାରେ ଆୟୋଜିତ ରକ୍ତଦାନ ଶିବିରକୁ ଜୟପୁର ସର୍କଲର ମୁଖ୍ୟ ଶ୍ରୀଯୁକ୍ତ ମନ୍ମଥ ନାଥ ମିଶ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଟିପିଏସ୍ଓଡିଏଲର କର୍ମଚାରୀମାନେ ସ୍ୱେଚ୍ଛାରେ ଯୋଗ ଦେବା ସହିତ ରକ୍ତଦାନ କରିଛନ୍ତି। ଆୟୋଜିତ ଶିବିରରୁ ମୋଟ ୫୮ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।

ସେହିପରି ମାଲକାନଗିରି ଡିଭିଜନ ଅଫିସରେ ଆୟୋଜିତ ରକ୍ତଦାନ ଶିବିରକୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ବେଦବର ପ୍ରଧାନ ଉଦଘାଟନ କରିଛନ୍ତି। ଏଥିରେ ଟିପିଏସ୍ଓଡିଏଲର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ସାମିଲ ହେବା ସହ ରକ୍ତଦାନ କରିଛନ୍ତି। ଆୟୋଜିତ ଶିବିରରୁ ମୋଟ ୪୮ୟୁନିଟ ରକ୍ତ ସଂଗ୍ରହ ହୋଇଛି। କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ସମାଜର ମଙ୍ଗଳ ପାଇଁ ଥିବା ପ୍ରତିବଦ୍ଧତାକୁ ଦୋହରାଉଛି ଯାହା ବହୁ ସମର୍ଥନ ହାସଲ କରିଛି।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ରକ୍ତଦାନ ଏକ ସାଧାରଣ କାର୍ଯ୍ୟ ଯାହା ଜୀବନ ରକ୍ଷା କରିଥାଏ। ଏଭଳି ଉଦ୍ୟମ ମାଧ୍ୟମରେ ଆମ କର୍ମଚାରୀମାନେ ନିରନ୍ତର ଭାବେ ସମାଜ ପ୍ରତି ଥିବା ଗଭୀର ଦାୟିତ୍ୱ ଏବଂ ସହାନୁଭୂତିକୁ ପ୍ରଦର୍ଶିତ କରି ଆସୁଛନ୍ତି। ଟିପିଏସ୍ଓଡିଏଲ୍ ଯେଉଁ ସମୁଦାୟମାନଙ୍କୁ ସେବା ଯୋଗାଉଛି ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରତିବଦ୍ଧ ଅଟେ”।

ad-week
Leave A Reply

Your email address will not be published.